ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରାମ୍ ଛତୁ
ଗୋଟିଏ ଆଳୁ
୨ ଚାମଚ ବଟା ସୋରିଷ
ଅଧା ଚାମଚ ବଟା ରସୁଣ
୧ ଚାମଚ କଟା କଞ୍ଚାଲଙ୍କା
ଅଧା ଚାମଚ ହଳଦି,
ଅଧା ଚାମଚ ଗୁଣ୍ଡ ଲଙ୍କା
ଗୋଟିଏ କଟା ଟମାଟୋ
ଅଧା କପ୍ ସୋରିଷ ତେଲ ଓ ସ୍ଵାଦ
ଅନୁଯାୟୀ ଲୁଣ
ପ୍ରସ୍ତୁତ ପ୍ରଣାଳୀ : ଛତୁକୁ କାଟି ଧୋଇ, ଚିପୁଡ଼ି ଏକ ପାତ୍ରରେ ରଖନ୍ତୁ । ଆଳୁକୁ ଛୋଟ ଖଣ୍ଡରେ କାଟି ଛତୁରେ ମିଶାନ୍ତୁ । ସେଥିରେ ବଟା ସୋରିଷ, ବଟା ରସୁଣ, ହଳଦି, ଗୁଣ୍ଡଲଙ୍କା, କଞ୍ଚାଲଙ୍କା, ଟମାଟୋ, ସୋରିଷ ତେଲ ଓ ଲୁଣ ପଟାାଇ ଗୋଳାଇ ଦିଅନ୍ତୁ । ଏବେ ଆଞ୍ଚରେ କଢ଼଼େଇ ବସାଇ ସେଥିରେ ଛତୁ ମିଶ୍ରଣକୁ ଢ଼ାଳି ଗୋଳାନ୍ତୁ ଏବଂ ଢ଼ାଙ୍କୁଣୀ ବନ୍ଦ କରି ମଧ୍ୟମ ଆଞ୍ଚରେ ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ତେବେ ମଝିରେ ମଝିରେ ଏହାକୁ ଗୋଳାଉଥିବେ । ଆବଶ୍ୟକ ମୁତାବକ ପାଣିଦେଇ ପାରନ୍ତି ଏବଂ ଆଞ୍ଚ ମଧ୍ଯ କମାଇ ପାରନ୍ତି । ଏବେ ପ୍ରସ୍ତୁତ ହୋଇଗଲା କଢ଼ାଇ ଛତୁ ରୁଟି କିମ୍ବା ପରଟା ସାଙ୍ଗରେ ଏହାଜୁ ଖାଇବାକୁ ଦିଅନ୍ତୁ ।