ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା, ମଦରଙ୍ଗା ଶାଗ, ୨ଟି ଆଳୁ, ୫୦ ଗ୍ରାମ୍ ପୋସ୍ତ, ୨ଟି ପିଆଦ, ୧ କୋଲା ରସୁଣ, ଅଧାଚାମଚ କିରା, ୨ ଟି ଶୁଖିଲାଲଙ୍କା, ଗୋଟେ ବଡ଼ଚାମଚ ସୋରିଷ ତେଲ, ସ୍ଵାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦି ।
ପ୍ରସ୍ତୁତ ପ୍ରଣାଳୀ : ଶାଗ ବାଛି ଧୋଇ କାଟି ରଖନ୍ତୁ । ଆଳୁର ଚୋପା ହଡ଼େଇ ସରୁ ସରୁ କାଟନ୍ତୁ ଏବଂ ଅନ୍ୟଗୋଟେ ପିଆଜ, ଜିରା, ରସୁଣ, ଲଙ୍କାକୁ ବାଟି ଦିଅନ୍ତୁ ।ପୋସ୍ତକୁ ଅଲଗା ବାଟି ରଖନ୍ତୁ । କଢ଼େଇରେ ତେଲ ଗରମ କରି କଟାପିଆଜ ଓ ବଟାମସଲା ପକାନ୍ତୁ ! କିଛି ସମୟ କଷିଲା ପରେ ପୋସ୍ତ ପକାରୁ । ତା’ପରେ ଆଳୁ, ଶାଗ, ଲୁଣ ହଳଦି ପକାଇ ଢାଙ୍କି ଢାଙ୍କି କଷନ୍ତୁ । ଆବଶ୍ୟକ ହେଲେ ଅଧାକପ୍ ପାଣି ଦିଅନ୍ତୁ | ଆଳୁ ଶାଗ ଶିଝିଗଲେ ତରକାରି ଓହ୍ଲାନ୍ତୁ ।