ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ବଥୁଆ ଶାଗ, ୧ କପ୍ ଅରୁଆ ଚାଉଳ, ୧ କପ୍ ବୁଟ ଡାଳି, ୧ଟି ପିଆଜ, ୪ଟି କଞ୍ଚାଲଙ୍କା, ୧ ଚାମଚ ଜିରା, ରିଫାଇନ୍ ତେଲ, ଗୁଣ୍ଡ ହଳଦି ଓ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ବଥୁଆ ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ରୋଷେଇ କରିବାର ଚାରିଘଣ୍ଟା ପୂର୍ବରୁ ଅରୁଆ ଚାଉଳ ଓ ବୁଟ ଡାଲିକୁ ଭିଜାଇ ଦିଅନ୍ତୁ । ଏହି ଭିଜା ଅରୁଆ ଚାଉଳ ଓ ବୁଟ ଡାଲିକୁ ଗ୍ରାଇଣ୍ଡର କରିଦିଅନ୍ତୁ । ଗୋଟେ ପାତ୍ରରେ ଏହି ଚାଉଳ ଓ ବୁଟଡାଲିକୁ ରଖି ଏଥରେ ଶାଗ ପକାନ୍ତୁ । ପିଆଜ ଓ ଲଙ୍କାକୁ ଚୂନା ଚୂନା, କାଟି ଏବଂ ଜିରା, ଲୁଣ ଓ ହଳଦି ପକାଇ ଗୋଳାର ଦିଅନ୍ତୁ | ଏବେ କଡ଼େଇରେ ତେଲ ଗରମ କରି ଏହାକୁ ବରା ଆକାରରେ ଛାଣି ଆଣନ୍ତୁ ।