ସାମଗ୍ରୀ :
ପାଳଛତୁ-୫୦୦ଗ୍ରାମ୍
ସୋରିଷ-୨ ଚାମଚ
ଚିରା-୧/୨ ଚାମଚ
କଞ୍ଚାଲଙ୍କା-୩-୪ ଟି
ରସଣ -୮-୧୦ କୋଲା
ସୋରିଷ ତେଲ -୩ ଟେବୁଲ୍-ଚାମଚ
ହଳଦି -୧ଚାମଚ
ଲୁଣ- -ସ୍ୱାଦାନୁସାରେ
ତେନ୍ତୁଳିମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଛତୁକୁ ବାଛି ସଫା ଧୋଇ ଚିପୁଡି ହଳଦି-ଲୁଣ ଗୋଳାଇ ତେଲ ଦେଇ ନନ୍ଷ୍ଟିକରେଗନ୍ଧ ଯିବାଯାଏଁ ଭାଜିଦିଅନ୍ତୁ ଓ କାଢି ରଖନ୍ତୁ | ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ | ଫୁଟିଗଲେ ସୋରିଷ,ରସୁଣ,ଜିରା-ଲଙ୍କାର ପାଲିସ୍ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ | ଆଉଟିକେ ହଳଦି ପକାଇ ଗୋଳାନ୍ତୁ | ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡାଇ ବସାନ୍ତୁ | ୮-୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳି ମଣ୍ଡ ମିଶାନ୍ତୁ | ପୁଣିଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରଶନ୍ତୁ |