
ସାମଗ୍ରୀ :
ମିଠା ଆମ୍ବ ରସ -୨ କପ୍
ଅଣ୍ଡା -୩ ଟି
ଘିଅ ବା ରିଫାଇନ୍-୧ କପ୍
ବେକିଂ ପାଉଡର -୧ କପ୍
ମଇଦା -୨କପ୍
ଲୁଣ -୧/୪ ଚାମଚ
ଚିନିଗୁଣ୍ଡ -୧ କପ୍
ମ୍ୟାଙ୍ଗୋ ଏସେନସ୍-୧/୨ ଚାମଚ
ପ୍ରଣାଳୀ :
ମଇଦାରେ ଲୁଣ, ବେକିଂ ପାଉଡର ମି୍ଶାଇ ଚାଲୁଣୀରେ ଚଲାଇ ଦିଅନ୍ତୁ | ଗୋଟିଏ ପାତ୍ରରେ ଘିଅ ବା ତେଲରେ,ଅଣ୍ଡା ଓ ଚିନି ମିଶାଇ ଫେଣ୍ଟନ୍ତୁ | ଫେଣ ହେଲେ ଓ ମିଶିଗଲେ ମଇଦା ମିଶାଇ ଫେଣ୍ଡନ୍ତୁ | ଏହା ଭଲଭାବରେ ତେଲରେ ମିଶିଲେ ଆମ୍ବରସ ମିଶାଇ ଖୁବ୍ ଫେଣ୍ଟନ୍ତୁ | ଆଣ ପୂରା ହାଲୁକା ଲାଗିଲେ ଏସେନ୍ସ୍ ମିଶାଇ ଫେଣ୍ଟି ପ୍ରିହିଟେଡ ଓଭାନ୍ରୁ ତେଲଲଗା ଟ୍ରେ କାଢି ସେଥିରେ ଢାଳି ଓଭାନ୍ରେ ୪୫ମି. ପାଇଁ ୧୨୦-୧୪୦ c ରେ ବେକ୍ କରନ୍ତୁ | ଚାହିଁଲେ ଡ୍ରାଏ ଫ୍ରୁଟସ୍ ପକାଇ ପାରିବେ |