ସାମଗ୍ରୀ :
ମଇଦା-୨ କପ୍
ଦଅହି-୧/୨ କପ୍
ଚିନି-୧ ଚାମଚ
ଘିଅ -୨ ଚାମଚ
ବେକିଂ ପାଉଡର୍ ବା ଇଷ୍ଟ୍ -୧/୨ ଚାମଚ
ଲୁଣ- ୧ ଚାମଚ (ଛୋଟ)
କଳାଜିରା-୧ ଚାମଚ (ଛୋଟ )
କ୍ଷୀର -୧/୨ କପ୍
ପ୍ରଣାଳୀ :
ଉଷୁମ ପାଣିରେ ଚିନି ଓ ଇଷ୍ଟ୍ ମିଶାଇଦିଅନ୍ତୁ । ଦହି ,କ୍ଷୀର ଲୁଣ, କଳାଜିରା ,ଘିଅ ଆଦି ମଇଦାରେ ମିଶାଇ ଉପରୋକ୍ତ ଚିନିପାଣି ଦେଇ ଦଳି ୧ ଘଣ୍ଟା ଓଦାକନା ଢାଙ୍କି ରଖନ୍ତୁ । ଫୁଲିଲା ପରେ ଆଉଥରେ ଦଳନ୍ତୁ । ଘିଅ ମାରି ବା ଓଭାନ୍ ଟ୍ରେରେ ଉପରୋକ୍ତ ଦଳାକୁ ଗୁଳା ବନାଇ ମୋଟା ରୁଟି କରି ବା ଫୁଲିବାଯାଏଁ ସେକନ୍ତୁ । ଗରମାଗରମ ସର୍ଭ କରନ୍ତୁ ।