ସାମଗ୍ରୀ :
ମକା ଅଟା-୨କପ୍
ଗହମ ଅଟା-୧/୨ କପ୍
ଲୁଣ-୧ ଚାମଚ
ଉଷୁମ୍ ପାଣି- ଦଳିବା ପାଇଁ
କଟା ଧନିଆ ପତ୍ର-୩ ଚାମଚ
ମଧ୍ୟମ ସାଇଜ୍ର ସିଝା ଆଳୁ-୪ଟି
ଲଙ୍କାଗୁଣ୍ଡ-୧ ଚାମଚ
ଘିଅ -ସେକିବା ପାଇଁ
ପ୍ରଣାଳୀ :
ଦୁଇ ପ୍ରକାର ଅଟା, ଲୁଣ, ଆଳୁ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପାଣି ମିଶାଇ ଭଲ୍ଅଭାବରେ ଦଳି ରଖନ୍ତୁ । ଗୁଳା କରି ଅଟାଗୁଣ୍ଡ ଟିକେ ଟିକେ ଦେଇ ବେଲନ୍ତୁ ରୁଟି ସାଇଜ୍ର । ତାୱା ଗରମ କରି ଅଳ୍ପ ଅଳ୍ପ ଘିଅ ଦେଇ ସେକି ମନପସନ୍ଦ ତରକାରି ସହ ପରଶନ୍ତୁ ।