Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଚିଙ୍ଗୁଡି ବିରିଆନୀ
    Odia Recipe

    ଚିଙ୍ଗୁଡି ବିରିଆନୀ

    lizaBy lizaMarch 11, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    chingudi biriyani
    chingudi biriyani
    Share
    Facebook Twitter LinkedIn Pinterest Email
    chingudi biriyani
    chingudi biriyani

        ସାମଗ୍ରୀ :

    ଚିଙ୍ଗୁଡି- ୩୦୦ ଗ୍ରାମ୍

    ବାସୁମତୀ ଚାଉଳ – ୧  ୧/୨ କପ୍

    ଦହି-୧/୨ କପ୍

    କ୍ଷୀର-୧/୨ କପ୍

    ଜାଫ୍‌ରାନ୍ କେସର-୧ ଚିମୁଟା

    ପିଆଜ- ୨ଟି ବଡ  (ସରୁ ଲମ୍ବା କଟା)

    କିସ୍‌ମିସ୍ , କାଜୁ ,ଚେରି -୧୦ଗ୍ରାମ୍ ଲେଖାଏଁ

    ବଟା ଅଦା-୧ଚାମଚ

    ବଟାରସୁଣ-୨ ଚାମଚ

    ହଳଦି ଗୁଣ୍ଡ-୧\୨ ଚାମଚ

    ଲୁଣ-ସ୍ୱାଦାନୁସାରେ

    ଗୋଟା ଗରମ ମସଲା-ଲବଙ୍ଗ ୫ଟି,ଡାଲ୍‌ଚିନି ୧ ଇଞ୍ଚ, ଛୋଟ ଅଳେଇଚ ୫ଟି,ବଡ ଅଳେଇଚ ୨ଟି, ଗୋଲ୍ଅମରିଚ ୭-୮ ଟି, ଅନିଆସୀ ଫୁଲ ୨ଟି,

    ଜାଇତ୍ରୀ ୧\୨ ଚାମଚ, ଜାଇଫଳ ଗୁଣ୍ଡ ୧\୨ ଚାମଚ

    ସାହୀଜିରା-୧\୨ ଚାମଚ

    ଜିରାଗୁଣ୍ଡ-୧/୨ ଚାମଚ

    ତେଜପତ୍ର -୨ଟି

    ଘିଅ -୧ ବଡ ଚାମଚ

    ରିଫାଇନ୍ -୨ଚାମଚ

    ଧନିଆ , ପୋଦିନା ଓ କଞ୍ଚାଲଙ୍କା ବଟା -୧ କପ୍

    ସାଫରନ୍ -୧ ଚିମୁଟା ଓ   କ୍ଷୀର -୧ ଟେବୁଲ୍-ଚାମଚ  (ମିଶାନ୍ତୁ )

    ପ୍ରାଣାଳୀ :

    ପ୍ରଥମେ ଚିଙ୍ଗୁଡିରୁ ଚୋପା କାଢି ଧୋଇ ପରିଷ୍କାର କରି ରଖନ୍ତୁ  | ମୁଣ୍ଡ ନରଖିଲେ ଭଲ | ଏଥର ସେଥିର୍ ହଳଦି ,ଲୁଣ ,ଦହି ,ସୋରିଷ ତ୍ଲ , ସଜକୁଟା ଗୋଲମରିଚ ଗୁଣ୍ଡ, ଜିରାଗୁଣ୍ଡ ,ଛୋଟକଟା ଧନିଆ ପତ୍ର ଗୋଳାଇ ୧/୨ ରୁ ୧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ | ଆଉ ଏକ ପାତ୍ରରେ ୫ରୁ୬ କପ୍ ପାଣିରେ ତେଜପତ୍ର,ଲୁଣ, ପୋଦିନା ପତ୍ର ପକାଇ ଭାତକୁ ୩\୪ ଭାଗ ହେଲାପରେ ଛାଣି ରଖନ୍ତୁ (ଚାହିଁଲେ ରଙ୍ଗ ଦେଇପାଇନ୍ତି ) ।

    ନନ୍‌ଷ୍ଟିକ୍ ପ୍ୟାନ୍ ବସାଇ ଅଳ୍ପ ଘିଅ ଦି ପିଆଜ, କାଜୁ, କିସ୍‌ମିସ୍‌କୁ ଲାଲ୍ କରି ଭାଜି ରଖନ୍ତୁ । ସେଥିରେ ଅଦା-ରସୁଣ ବଟା ପକାଇ ଗନ୍ଧା ଯିବାଯାଏଁ ଭାଜନ୍ତୁ । ତା ପରେ ମ୍ୟାରିନେଟ୍ ହୋଇଥିବା ଛିଙ୍ଗୁଡିକୁ ପକାଇ କଷନ୍ତୁ । ପାଣି ଦେବା ଦରକାର ହେବନି । କମ୍ ଆଞ୍ଚରେ ମସଲା ସବୁ ସିଝିଗଲେ କାଢି ରଖନ୍ତୁ । ଢାଙ୍ଖୁଣୀ ଭଲକରି ହାଣ୍ଡି ବା ପାତ୍ର ନିଅନ୍ତୁ । ଘିଅ ପକାଇ ଗରମ କରି ଗରମ ମସଲା ସବୁକୁ ଦରକୁଟା କରି ପକାଇ ଭାଜନ୍ତୁ । ଫୁଟିଲେ ଭାତରୁ ଅଧା ପକାଇ ଗୋଳାଇଦିଅନ୍ତୁ (ଆଞ୍ଚ କମ୍‌ରେ ରଖନ୍ତୁ ) । ଚିଙ୍ଗୁଡିକଷା ଦେଇ ତା ଉପରେ ପୁଣି ଭାତ ଦିଅନ୍ତୁ । କେସରଭିଜା କ୍ଷୀର ମିଶାନ୍ତୁ । ଭଜା କାଜୁ , କିସ୍‌ମିସ୍ ,ଚେରୀ ଓ ପିଆଜ ପକାଇ କଭର୍ ଲଗାଇ ହାଣ୍ଡିକୁ ସିଲ୍   କରିଦିଅନ୍ତୁ  । ୫-୭ ମି କମ୍ ଆଞ୍ଚରେ ବସାନ୍ତୁ । ମଝିରେ ମଝିରେ ଡେକ୍‌ଚିକୁ ହଲାଇଦେବେ । ୧୦ ମିନିଟ୍ ଘୋଡଣୀ ବନ୍ଦ ରଖିବା ପରେ ଖୋଲି ରାଇତା ସହ ପରଶି ଖାଇବାକୁ ଦିଅନ୍ତୁ ।

     

    New Odia Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.