ସାମଗ୍ରୀ:
ବାସୁମତୀ ଚାଉଳ-୨ କପ୍
ତେଜପତ୍ର -୧କପ୍
ଲବଙ୍ଗ-୩ଟି
କାଜୁ ଭଜା-୨୦ଗ୍ରାମ୍
ବାଦାମ-୨୦ ଗ୍ରାମ୍
ସୋରିଷ-୧ଚାମଚ
ଚିନି-୧ଚାମଚ
ଦହି -୧କପ୍
ଘିଅ-୨ଚାମଚ
ଲୁଣ-ସ୍ୱାଦାନୁସାରେ
ପ୍ରଣାଳୀ :
୨କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରିଓ ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଏଥର ଚାଉଳ ଓ ଲୁଣ,ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍ ଭାଜନ୍ତୁ । ତା ପରେ ୪କପ୍ ପାଣି ଦେଇ ଘୋଡାଣୀ ଲଗାଇ କମ୍ ଆଞ୍ଚରେ ୧୦-୧୫ ମିନିଟ୍ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢି ଘୋଡାଣୀଲଗା ଅବସ୍ଥରେ ୫-୭ ମିନିଟ୍ ରଖନ୍ତୁ । କାଢି ଉଷୁମ ହେବାଯାଏଁ ରଖନ୍ତୁ । ତା ପରେ ସେଥିରେ ଦହି, ବାଦାମ ଓ କାଜୁ ଗୋଳାଇଦିଅନ୍ତୁ ଓ ପ୍ଲେଟ୍କୁ କାଢି ସର୍ଭ କରନ୍ତୁ ।