
ସାମଗ୍ରୀ :
- ଇଲିସି ମାଛ – ୬ ପିସ
- ହଳଦୀ – ୧ ଚା’ ଚାମଚ
- କଞ୍ଚା ଲଙ୍କା – ୮ ଟି
- ଜିରା – ୧/୨ ଚା’ ଚାମଚ
- ଧଳା ସୋରିଷ – ୫-୬ ଚା’ ଚାମଚ
- ସୋରିଷ ତେଲ – ୭-୮ ଟେବୁଲ ଚାମଚ
- ପାଣି – ୧ କପ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ଜିରା ଓ ସୋରିଷ କୁ ଅଳ୍ପ ପାଣିରେ ୫ ମିନିଟ ଭିଜାନ୍ତୁ । ଏହାକୁ ଛାଣି ୪ ଟି କଞ୍ଚା ଲଙ୍କା,୧ ଚା’ ଚାମଚ ସୋରିଷ ତେଲ ,ଚିମୁଟାଏ ହଳଦୀ ଓ ଚିମୁଟାଏ ଲୁଣ ମିଶାଇ ପେଷ୍ଟ କରନ୍ତୁ । ମାଛକୁ ଧୋଇ ସେଥିରେ ଚିମୁଟାଏ ହଳଦୀ ଓ ଲୁଣ ମିଶାଇ ରଖନ୍ତୁ । କରେଇ ରେ ୨ ଟେବୁଲ ଚାମଚ ତେଲ ଗରମ କରନ୍ତୁ । ସେଥିରେ ମାଛ ପକାନ୍ତୁ । ମାଛ ନଭାଜି ଧିମା ଆଞ୍ଚରେ ୧ ମିନିଟ ପାଇଁ ଛାଡ଼ନ୍ତୁ । ଏବେ ଏଥିରେ ସୋରିଷ ଓ ଜିରା ପେଷ୍ଟକୁ ପକାନ୍ତୁ । କଟା କଞ୍ଚା ଲଙ୍କା ୪ ଟି ଓ ସୋରିଷ ତେଲ ୫-୬ ଟେବୁଲ ଚାମଚ ତା ଉପରେ ପକାନ୍ତୁ । ପରେ ୧ କପ ପାଣି ଓ ଲୁଣ ସ୍ୱାଦ ଅନୁସାରେ ଦେଇ ଢ଼ାକନ୍ତୁ । ୧୦ ମିନିଟ ପରେ ଓହ୍ଲାଇ ନେଇ ଭାତ ସହ ପରସନ୍ତୁ ।