
ସାମଗ୍ରୀ :
- ସର ବା କ୍ରିମ୍ – ୨୫୦ ଗ୍ରାମ୍
- ମଇଦା – ୪.୫ ଚାମଚ
- ଘିଅ – ଭାଜିବା ପାଇଁ
- ଚିନି – ୧ କପ୍
- ପାଣି – ୧.୫ କପ୍
- କ୍ଷୀର – ୪ ଚାମଚରେ
- ସାଫରନ୍ – ଚିମୁଟାଏ
- ଅଳେଇଚ ଗୁଣ୍ଡ – ୧/୨ ଚାମଚ
- ବାଦାମ (କାଜୁ, ପିସ୍ତା) – ଛୋଟକଟା
-
ପ୍ରଣାଳୀ-
ମଇଦାରେ କ୍ରିମ୍ ଓ ପାଣି ମିଶାଇ ବହଳିଆ ଆଣ ପୁସ୍ତୃତ କରନ୍ତୁ । ୧.୫ କପ୍ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନରେ ଘିଅ ଲଗାଇ ଛେଟ ଛୋଟ ପିଠା ପରି ମାଲପୁଆ ପ୍ରସ୍ତୁତ କରନ୍ତୁ, ଦୁଇପଟ ଲାଲ୍ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୂର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍ ବୁଢ଼ାଇ ପ୍ଲେଟକୁ କାଢ଼ି ଉପରୁ ଡ୍ରାଏ ଫୁଟ୍ସ୍ ଓ ଅଳେଇଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ ।