Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଆଚାରୀ ଭେଣ୍ଡି
    Odia Curry Recipe

    ଆଚାରୀ ଭେଣ୍ଡି

    Suchitra PBy Suchitra PFebruary 21, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Dahi_Achari_Bhindi_Recipe_
    Dahi_Achari_Bhindi_Recipe_
    Share
    Facebook Twitter LinkedIn Pinterest Email
    Dahi_Achari_Bhindi_Recipe_
    Dahi_Achari_Bhindi_Recipe_

    ସାମଗ୍ରୀ :

    •  କଷି ଭେଣ୍ଡି-୧୫୦ ଗ୍ରାମ୍
    • ଲୁଣି ଆଚାର-୧ ଟେବୁଲ-ଚାମଚ
    • ଟମାଟୋ-୧ଟି ବଡ଼ (ଛୋଟ ଛୋଟ କଟା)
    • ଚାଟ୍ ମସଲା—୧/୨ ଚାମଚ
    • କଞ୍ଚାଲଙ୍କା-୪ଟି
    • ଭୁର୍ସୁଙ୍ଗ ପତ୍ର-୮-୧୦ଟି
    • ସୋରିଷ ତେଲ-୨ ଟେବୁଲ୍-ଚାମଚ
    • ହଳଦିଗୁଣ୍ଡ—୧/୨ ଚାମଚ
    • ଲୁଣ-ସ୍ଵାଦଅନୁସାରେ
    • ମେଥି – ୧/୪ ଚାମଚ
    • ସୋରିଷ—୧/୨ ଚାମଚ
    • ପାନମହୁରି—୧/୨ ଚାମଚ
    • ପିଆଜ (କଟା)-୨ ଚାମଚ
    • ରସୁଣ ଛେଚା— ୧ ଚାମଚ

    ପ୍ରଣାଳୀ-

    ପ୍ୟାନରେ ତେଲ ଗରମ କରି ଭେଣ୍ଡିକୁ ଛୋଟ ଛୋଟ କାଟି ଭାଜି ରଖନ୍ତୁ । ବଳକା ତେଲରେ ମେଥି, ସୋରିଷ, ପାନମହୁରୀ ପକାଇ ଫୁଟାନ୍ତୁ ଓ ଭୁର୍ସୁଙ୍ଗ ପତ୍ର, କଞ୍ଚାଲଙ୍କା କଟା ପକାନ୍ତୁ । ୧ – ୨ ମିନିଟ ଭାଜିଲା ପରେ ଛେଚା ରସୁଣ ପିଆଜ କଟା ପକାଇ ଭାଜନ୍ତୁ । ଲୁଣ, ହଳଦି, ହେଙ୍ଗୁ ପକାନ୍ତୁ ଓ ପିଆଜ ନରମ ହୋଇଆସିଲେ ଟମାଟୋ ପକାଇ ଘାଣ୍ଟନ୍ତୁ । ଟମାଟୋ ମିଶିଗଲେ ମସଲା ସହିତ ଭେଣ୍ଡିଭଜା ଓ ଆଚାର ମିଶାନ୍ତୁ, ଅଳ୍ପ ପାଣି ଦେଇ ଘୋଡ଼ାଇଦିଅନ୍ତୁ । ୨ ମିନିଟ୍ ପରେ ପାଣି ମରିଆସିଥିବ । ଏଥର ଉପରୁ ଚାଟ୍ ମସଲା ପକାନ୍ତୁ, ଗୋଳାଇ ପ୍ଲେଟ୍ ରେ ସର୍ଭ କରନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.