
ସାମଗ୍ରୀ :
- ବସୁମତୀ ଚାଉଳ – ୨ କପ (୧ କପ = ୨୪୦ ମି ଲି)
- ତେଲ ବା ଘିଅ – ୨ ଟେବୁଲ ଚାମଚ
- କଞ୍ଚା ଲଙ୍କା -୨-୩ ଟି ଚୁନା କଟା
- ପାଣି – ୩ .୫ କପ (ଦରକାର ପଡିଲେ ଅଧିକ ନେଇପାରିବେ)
- ଜିରା – ୩ ଟେବୁଲ ଚାମଚ
- ତେଜ ପତ୍ର – ୧-୨ ଟି
- ଅଳେଇଚ – ୪ ଟି
- ଡାଳଚିନ – ୨ ଇଞ୍ଚ
- ଲବଙ୍ଗ – ୬ ଟି
- ଯାଇତ୍ରି – ୧ ଟି
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ପ୍ରଥମେ ଚାଉଳ କୁ ଭଲକି ଧୋଇ ଗୋଟେ ପାତ୍ର ରେ ପାଣି ଦେଇ ୨୦-୩୦ ମିନିଟ ଭିଜାଇ ରଖି ଦିଅନ୍ତୁ ।
- ୩୦ ମିନିଟ ପରେ ପାଣି ରୁ ଚାଉଳ ଛାଣି ଦିଅନ୍ତୁ ।
- ଗ୍ୟାସ ଅନ କରି ପ୍ରେସର କୁକର ରେ ତେଲ ବା ଘିଅ ନେଇ ଗରମ କରନ୍ତୁ ।
- ତେଲ ଗରମ ହୋଇଗଲେ ସେଥିରେ ତେଜ ପତ୍ର ,ଲବଙ୍ଗ ,ଡାଳଚିନ , ଅଳେଇଚ ଓ ଯାଇତ୍ରି ପକାଇ ଫ୍ରାଏ କରନ୍ତୁ ।
- ଅଳ୍ପ ଫ୍ରାଏ କଲା ପରେ ଗ୍ୟାସ ଆଞ୍ଚ କମାଇ ଜିରା ପକାନ୍ତୁ ଓ ଫୁଟାନ୍ତୁ ।
- ଜିରା ର ବାସ୍ନା ବାହାରିବାକୁ ଆରମ୍ଭ କଲେ କଟା କଞ୍ଚା ଲଙ୍କା ପକାଇ ଆଉ ଟିକେ ଫ୍ରାଏ କରନ୍ତୁ ।
- ଏବେ ଛାଣି ରଖିଥିବା ଚାଉଳକୁ ମିଶାନ୍ତୁ ୨-୩ ମିନିଟ ଯାଇ ଭଲକି ଗୋଳାନ୍ତୁ । ଯେପରି ମସଲା ସହ ଭଲକି ମିଶିଯିବ । ଚାଉଳ ରେ ୩.୫ କପ ପାଣି ଓ ଅଳ୍ପ ଲୁଣ ମିଶାଇ ଆଉଥରେ ଗୋଳାନ୍ତୁ ।
- ଉଚ୍ଚ ଆଞ୍ଚ ରେ ୧ ସିଟି ମାରିବା ଯାଏ ଗ୍ୟାସ ରେ ବସାନ୍ତୁ ।
- ହୋଇଗଲେ ପ୍ରେସର କୁକର ର ଢାଙ୍କୁଣୀ ଖୋଲି ଦିଅନ୍ତୁ ।
- ଏବେ ପ୍ଲେଟ କୁ ବାହାର କରି ଓ ଆପଣ ଚାହିଁଲେ ଅଳ୍ପ ଘିଅ ଦେଇ ପରସନ୍ତୁ ।