ସାମଗ୍ରୀ :
- ସୁଜି – ୨ କପ
- ପାଣି – ୪ କପ
- ଘିଅ – ୨ ଟେବୁଲ-ଚାମଚ
- ଚିନି – ୧ କପ
- ଲୁଣ – ଚିମୁଟାଏ
- ଅଳେଇଚ – ୨ ରୁ ୩ଟି
- ତେଲ – ଛାଣିବା ପାଇଁ
ପୂର ପାଇଁ :
- କୋରା ନଡ଼ିଆ – ୨ କପ
- ଗୁଡ଼ – ୧/୪ କପ
- ଅଳେଇଚ ଗୁଣ୍ଡ – ୧/୨ ଚା’-ଚାମଚ
- ଘିଅ – ୧ ଟେବୁଲ-ଚାମଚ
- ଗୋଲମରିଚ ଗୁଣ୍ଡ – ୧/୨ ଚା’-ଚାମଚ
- କାଜୁ ଓ କିସମିସ – ୨ ଟେବୁଲ-ଚାମଚ
ପ୍ରଣାଳୀ-
- ପ୍ରଥମେ ଆଣ ପ୍ରସ୍ତୁତି ପାଇଁ କରେଇରେ ଚିନି, ପାଣି, ଲୁଣ, ଅଳେଇଚ ନେଇ ଚିନି ମିଳେଇ ଯିବା ପର୍ଯ୍ୟନ୍ତ ଫୁଟାନ୍ତୁ ।
- ଏହାପରେ ଏକ ଚାମଚ ଘିଅ ପକାନ୍ତୁ ଓ ଆଞ୍ଚ ଧିମା କରି ଦିଅନ୍ତୁ ।
- ପରେ ସୁଜି କୁ ଧୀରେ ଧୀରେ କରି ପକାଇ ଆଣ ପତଳା ଓ ଅଠାଳିଆ ହେବା ଯାଏ ଭଲଭାବରେ ଗୋଳାନ୍ତୁ । ଏହା ୨ ମିନିଟ ସମୟ ହିଁ ନବ ।
- ଏଥର ଏହାକୁ ଆଞ୍ଚରୁ ଓହ୍ଲାଇ ଆଣନ୍ତୁ ଓ ଶୀତଳ ହେବା ପାଇଁ ଛାଡି ଦିଅନ୍ତୁ ।
- ଏହିସମୟରେ ଅନ୍ୟ ଏକ କରେଇରେ ୧ ଟେବୁଲ-ଚାମଚ ଘିଅ ଗରମ କରି କୋରା ନଡ଼ିଆ ହାଲକା ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
- ପରେ ଗୁଡ଼, ଅଳେଇଚ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ପକାଇ ଭାଜନ୍ତୁ । ଯେମିତିକି ଗୁଡ଼ ଭଲ ଭାବରେ ମିଳେଇଯାଇ ନଡ଼ିଆ କରାରେ ମିଶିଯିବ ।
- ଶେଷରେ କାଜୁ ଓ କିସମିସ ପକାଇ ୧ ମିନିଟ ଯାଏ ଭାଜନ୍ତୁ ଓ ଆଞ୍ଚ ବନ୍ଦ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆମର ପୂର ।
- ଆଣରୁ ସମାନ ଭାବରେ ଛୋଟ ଛୋଟ ଗୋଲା ପ୍ରସ୍ତୁତ କରନ୍ତୁ । ଗୋଲାକୁ ହାତରେ ଚେପଟା କରି ମଝିରେ ପୂର୍ବ ପ୍ରସ୍ତୁତ ପୂର ଦେଇ ସବୁ ପାଖ ବନ୍ଦ କରି ମଣ୍ଡା ପରି ଗଢନ୍ତୁ ।
- ପରେ ଏହାକୁ ଗରମ ତେଲରେ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ । ଏହାକୁ ଶୀତଳ କରି ଖାଇବାକୁ ଦିଅନ୍ତୁ ।