ସାମଗ୍ରୀ :
-
- ଅଣ୍ଡା – ୩ଟି
- ଛୋଟ ମେଗି ପ୍ୟାକେଟ – ୨ଟି
- ପାଣି – ୧.୫ କପ
- କଟା ପିଆଜ – ୧/୨ କପ
- କଟା କାପ୍ସିକମ – ୧/୨ କପ
- କଟା କଞ୍ଚା ଲଙ୍କା – ୨ଟି
- ଜିରା ଗୁଣ୍ଡ – ୧/୨ ଚା’ ଚାମଚ
- ଗରମ ମସଲା – ୧/୨ ଚା’ ଚାମଚ
- ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- ତେଲ – ୨ ଚାମଚ
- ଟମାଟୋ ସସ – ୨ ଚାମଚ
ପ୍ରଣାଳୀ-
- ମେଗୀ ୨ ପ୍ୟାକେଟ ଭାଙ୍ଗି ଦିଅନ୍ତୁ ।
- ଗ୍ୟାସ ରେ ପାଣି ଗରମ କରନ୍ତୁ ସେହି ଗରମ ପାଣିରେ ମାଗିକୁ ପକାଇ ମସଲା ପକାଇ ଦିଅନ୍ତୁ । ୪ ମିନିଟ ପାଇଁ ଗ୍ୟାସ ରେ ଉଚ୍ଚ ଆଞ୍ଚରେ ରେ ଗରମ କରନ୍ତୁ ।
- ଯଦି କିଛି ପାଣି ସାଥିରେ ରହି ଯାଉଛି କିଛିଚିନ୍ତା କରନ୍ତୁ ନାହିଁ ମାଗି ଆପେ ପାଣି କୁ ଟାଣି ନେବ କିନ୍ତୁ ଭୁଲ ରେ ବି ଆଉ ଗରମ କରନ୍ତୁ ନାହିଁ ।
- ଗୋଟିଏ ପାତ୍ରରେ ଅଣ୍ଡା ଭାଙ୍ଗି ଚାମଚ ସାହାଯ୍ୟ ରେ ଫେଣ୍ଟାଇ ଦିଅନ୍ତୁ । ଗ୍ୟାସରେ ପ୍ୟାନ ଗରମ କରି ଅଳ୍ପ ତେଲ ପକାଇ ଅଣ୍ଡା କୁ ଭଲ ଭାବେ ଭାଜି ଅଲଗା କାଢି ରଖନ୍ତୁ ।
- ସେହି ପ୍ୟାନରେ ୨ ଚାମଚ ତେଲ ପକାଇ ଗରମ କରନ୍ତୁ ।
- ସେଥିରେ କଟା ହୋଇ ଥିବା ପିଆଜ ପକାଇ ନରମ ହେଲା ଯାଏ ଭାଜନ୍ତୁ ।
- ଏହାପରେ କାପ୍ସିକମ ଓ କଟା ଲଙ୍କା କୁ ୨-୩ ମିନଟ ପାଇଁ ଭାଜନ୍ତୁ ।
- ତାପରେ ସେଥିରେ ଗରମ ମସଲା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ୧ ମିନିଟ ପାଇଁ ଭାଜନ୍ତୁ ।
- ଏହାପରେ ସିଝା ହୋଇ ରହିଥିବା ମେଁଗୀ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭାଜନ୍ତୁ । ଏବେ ସସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
- ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଣ୍ଡା ଭଜା ପକାଇ ୨ ମିନଟ ପାଇଁ ଭାଜନ୍ତୁ। ଏବେ ଆଞ୍ଚରୁ ବାହାର କରି ଗୋଟିଏ ପ୍ଲେଟକୁ କାଢି ସେଥିରେ ସସ ଏବଂ ବିଟ ଲୁଣ ପକାଇ ମଜା ନିଅନ୍ତୁ ।