Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ଅଣ୍ଡା ମେଗୀ/Egg Maggie
    Breakfast

    ଅଣ୍ଡା ମେଗୀ/Egg Maggie

    Suchitra PBy Suchitra PJanuary 22, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    egg-maggi
    egg-maggi
    Share
    Facebook Twitter LinkedIn Pinterest Email
    egg-maggi
    egg-maggi

    ସାମଗ୍ରୀ :

      • ଅଣ୍ଡା – ୩ଟି
      • ଛୋଟ ମେଗି ପ୍ୟାକେଟ – ୨ଟି
      • ପାଣି – ୧.୫ କପ
      • କଟା ପିଆଜ – ୧/୨ କପ
      • କଟା କାପ୍ସିକମ – ୧/୨ କପ
      • କଟା କଞ୍ଚା ଲଙ୍କା – ୨ଟି
      • ଜିରା ଗୁଣ୍ଡ – ୧/୨ ଚା’ ଚାମଚ
      • ଗରମ ମସଲା – ୧/୨ ଚା’ ଚାମଚ
      • ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
      • ଲୁଣ – ସ୍ୱାଦ ଅନୁସାରେ
      • ତେଲ – ୨ ଚାମଚ
      • ଟମାଟୋ ସସ – ୨ ଚାମଚ

    ପ୍ରଣାଳୀ-

    • ମେଗୀ ୨ ପ୍ୟାକେଟ ଭାଙ୍ଗି ଦିଅନ୍ତୁ ।
    • ଗ୍ୟାସ ରେ ପାଣି ଗରମ କରନ୍ତୁ ସେହି ଗରମ ପାଣିରେ ମାଗିକୁ ପକାଇ ମସଲା ପକାଇ ଦିଅନ୍ତୁ । ୪ ମିନିଟ ପାଇଁ ଗ୍ୟାସ ରେ ଉଚ୍ଚ ଆଞ୍ଚରେ ରେ ଗରମ କରନ୍ତୁ ।
    • ଯଦି କିଛି ପାଣି ସାଥିରେ ରହି ଯାଉଛି କିଛିଚିନ୍ତା କରନ୍ତୁ ନାହିଁ ମାଗି ଆପେ ପାଣି କୁ ଟାଣି ନେବ କିନ୍ତୁ ଭୁଲ ରେ ବି ଆଉ ଗରମ କରନ୍ତୁ ନାହିଁ ।
    • ଗୋଟିଏ ପାତ୍ରରେ ଅଣ୍ଡା ଭାଙ୍ଗି ଚାମଚ ସାହାଯ୍ୟ ରେ ଫେଣ୍ଟାଇ ଦିଅନ୍ତୁ । ଗ୍ୟାସରେ ପ୍ୟାନ ଗରମ କରି ଅଳ୍ପ ତେଲ ପକାଇ ଅଣ୍ଡା କୁ ଭଲ ଭାବେ ଭାଜି ଅଲଗା କାଢି ରଖନ୍ତୁ ।
    • ସେହି ପ୍ୟାନରେ ୨ ଚାମଚ ତେଲ ପକାଇ ଗରମ କରନ୍ତୁ ।
    • ସେଥିରେ କଟା ହୋଇ ଥିବା ପିଆଜ ପକାଇ ନରମ ହେଲା ଯାଏ ଭାଜନ୍ତୁ ।
    • ଏହାପରେ କାପ୍ସିକମ ଓ କଟା ଲଙ୍କା କୁ ୨-୩ ମିନଟ ପାଇଁ ଭାଜନ୍ତୁ ।
    • ତାପରେ ସେଥିରେ ଗରମ ମସଲା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ୧ ମିନିଟ ପାଇଁ ଭାଜନ୍ତୁ ।
    • ଏହାପରେ ସିଝା ହୋଇ ରହିଥିବା ମେଁଗୀ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭାଜନ୍ତୁ । ଏବେ ସସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
    • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଣ୍ଡା ଭଜା ପକାଇ ୨ ମିନଟ ପାଇଁ ଭାଜନ୍ତୁ। ଏବେ ଆଞ୍ଚରୁ ବାହାର କରି ଗୋଟିଏ ପ୍ଲେଟକୁ କାଢି ସେଥିରେ ସସ ଏବଂ ବିଟ ଲୁଣ ପକାଇ ମଜା ନିଅନ୍ତୁ ।
    Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.