Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ପାଳଙ୍ଗ ପନିର/Palak Paneer
    Odia Curry Recipe

    ପାଳଙ୍ଗ ପନିର/Palak Paneer

    Suchitra PBy Suchitra PJanuary 18, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Palak Paneer
    Palak Paneer
    Share
    Facebook Twitter LinkedIn Pinterest Email
    Palak Paneer
    Palak Paneer

    ସାମଗ୍ରୀ :

    • ପନିର – ୧୦୦ ଗ୍ରାମ 
    • ବଟର କିମ୍ବା ତେଲ – ୨ ଟେବୁଲ ଚାମଚ
    • ପାଳଙ୍ଗ ଶାଗ – ୧୦୦ ଗ୍ରାମ
    • ପିଆଜ ପେଷ୍ଟ – ୧/୨ କପ
    • ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
    • ଟମାଟୋ ପ୍ୟୁରି କିମ୍ବା କଟା ଟମାଟୋ – ୧/୨ କପ
    • କଞ୍ଚା ଲଙ୍କା – ୨ଟି
    • କସୁରି ମେଥି – ୧/୨ ଚା’ ଚାମଚ
    • କ୍ରିମ – ୨ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ଗୋଟା ଶୁଖିଲା ମସଲା :

    • ଡାଲଚିନି – ୧ଇଞ୍ଚ
    • ଅଳେଇଚ – ୨ଟି
    • ଲବଙ୍ଗ – ୨ଟି
    • ଜିରା – ୧/୪ ଚାମଚ

    ମସଲା ଗୁଣ୍ଡ ପାଇଁ :

    • ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
    • ଜିରା ଗୁଣ୍ଡ – ୧/୪ ଚା’ ଚାମଚ
    • ଗରମ ମସଲା – ୧/୨ ଚା’ ଚାମଚ

     

    ପ୍ରଣାଳୀ-

    • ଏକ ବଡ ପାତ୍ରରେ କଟା ପାଳଙ୍ଗ ଓ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଭିନେଗାର ପକାଇ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ପରେ ପାଳଙ୍ଗ କୁ ଏଥିରୁ କାଢି ଓ ଏହାକୁ
    • ଭଲଭାବେ ଧୋଇ ଅଲଗା କାଢି ରଖନ୍ତୁ ।
    • ପ୍ୟାନ ରେ ଏକ ଚା’ ଚାମଚ ତେଲ ନେଇ ପନିରକୁ ୨ ରୁ ୩ ମିନିଟ ଭାଜି ରଖନ୍ତୁ।
    • ଏବେ ସେହି ପ୍ୟାନରେ କଞ୍ଚା ଲଙ୍କା ଓ ପାଳଙ୍ଗ ଶାଗ କୁ ଧିମା ଆଞ୍ଚରେ ଭାଜନ୍ତୁ । ଏହାକୁ ୩ ମିନିଟ ଯାଏ ଭାଜନ୍ତୁ ଯେମିତିକି ପାଳଙ୍ଗ ଶାଗ ହାଲକା ସିଝି ହୋଇ ଯିବ । ପରେ ଏହାକୁ ଥଣ୍ଡା କରିବାକୁ ଅଲଗା କାଢି ରଖନ୍ତୁ ।
    • ଏବେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ ।
    • ପ୍ୟାନରେ ତେଲ କିମ୍ବା ବଟର ନେଇ ଗରମ କରନ୍ତୁ । ପରେ ଏଥିରେ ଅଳେଇଚ. ଡାଲଚିନି, ଜିରା ଓ ଲବଙ୍ଗ ପକାଇ ଭାଜନ୍ତୁ । ଯେତେବେଳେ ମସଲା ଫୁଟିବା ଆରମ୍ଭ କରିବ ସେତେବେଳେ ପିଆଜ ପେଷ୍ଟ ପକାନ୍ତୁ । ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
    • ପରେ ଏଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ ।
    • ଏବେ ଏଥିରେ ଟମାଟୋ ପକାଇ ଓ ହାଲକା ଲୁଣ ଛିଂଚି ନରମ ହେବ ଯାଏ ଭାଜନ୍ତୁ ।
    • ପରେ ଗରମ ମସଲା, କସୁରି ମେଥି, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ମସଲାରେ ତେଲ ନଛାଡିବା ଯାଏ କସନ୍ତୁ ।
    • ଏବେ ଏଥିରେ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗ୍ରେଭି ବହଳିଆ ହେବା ଯାଏ ଏହାକୁ କସନ୍ତୁ ।
    • ପରେ ଗ୍ୟାସର ଆଞ୍ଚକୁ ଧିମା କରି ପାଳଙ୍ଗ ପେଷ୍ଟ ପକାଇ ଭଲ ଭାବେ ଗୋଳାଇ ୨ ମିନିଟ ପାଇଁ ରାନ୍ଧନ୍ତୁ ।
    • ଏବେ ଏଥିରେ ପନିର ପକାଇ ୧ ମିନିଟ ପାଇଁ ରାନ୍ଧି ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ଏହାଉପରେ କ୍ରିମ ସଜାଇ ରୋଟୀ କିମ୍ବା ଭାତ ସହ ପରସନ୍ତୁ ।
    Odia Recipe Paneer Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.