
ସାମଗ୍ରୀ :
- ବଥୁଆ ଶାଗ – ୨ କପ୍
- ମସୁର ଡାଲି – ୨ ଚାମଚ
- ହଳଦି – ଟିକେ
- ଲୁଣ – ସ୍ବାଦାନୁସାରେ
- କଞ୍ଚାଲଙ୍କା – ୨-୩ ଟି( କଟା)
- ରସୁଣ ଛେଚା – ୧ ଚାମଚ
- ସୋରିଷ ତେଲ – ୧ ଚାମଚ
- ସୋରିଷ – ୧/୨ଚାମଚ
ପ୍ରଣାଳୀ-
କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଞ୍ଚାଲଙ୍କା ଓ ରସୁଣ ଛେଚା ପକାଇ ଭାଜନ୍ତୁ । ବତୁରା ମସୁର ଡାଲି ପକାଇ ଲୁଣ ହଳଦି ଦେଇ ୭-୮ ମିନିଟ୍ ଘୋଡ଼ାଇ ଅଳ୍ପ ପାଣି ଦେଇ ସିଝାନ୍ତୁ । ଡାଲି ସିଝିଗଲେ ବଛା ଧୁଆ ବଥୁଆ ଶାଗକୁ କାଟି ପକାଇ ମିଶି ମେଞ୍ଚା-ମେଞ୍ଚା ହେବାଯାଏଁ ରାନ୍ଧନ୍ତୁ । ଏହାର ସ୍ବାଦ ଖୁବ୍ ଭିନ୍ନ ଓ ସ୍ବାଦିଷ୍ଟ ।