Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଫୁଲ କୋବି ପନିର ମସାଲା/
    Odia Curry Recipe

    ଫୁଲ କୋବି ପନିର ମସାଲା/

    Suchitra PBy Suchitra PJanuary 14, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    cauliflower-paneer-curry-recipe
    cauliflower-paneer-curry-recipe
    Share
    Facebook Twitter LinkedIn Pinterest Email
    cauliflower-paneer-curry-recipe
    cauliflower-paneer-curry-recipe

    ସାମଗ୍ରୀ :

    • ପନିର – ୮ ପିସ (cube)
    • ଫୁଲ କୋବି – ୨ ଟି ମଝି ସାଇଜ୍
    • କଟା ପିଆଜ – ୧ ଟି (ବଡ଼)
    • କଟା ବିଲାତି – ୨ ଟି ମଝି ସାଇଜ୍
    • ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
    • କରି ପାଉଡର – ୧ ଟେବୁଲ ଚାମଚ
    • ଗରମ ମସଲା – ୧/୨ ଚା’ ଚାମଚ
    • କସୁରି ମେଥି – ୨ ଟେବୁଲ ଚାମଚ
    • ସୋୟା ସସ – ୧ ଚା’ ଚାମଚ
    • ଟମାଟୋ ସସ – ୧ ଟେବୁଲ ଚାମଚ
    • ଜିରା – ୧ ଚା’ ଚାମଚ
    • ଘିଅ – ୧ ଟେବୁଲ ଚାମଚ
    • ତେଲ – ୧ ଟେବୁଲ ଚାମଚ
    • ହଳଦୀ – ୧/୪ ଚା’-ଚାମଚ
    • କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • କଟା ଧନିଆ ପତ୍ର – ୨ ଟେବୁଲ ଚାମଚ (ସଜାଇବା ପାଇଁ)

    ପ୍ରଣାଳୀ-

    • ପ୍ରଥମେ କୋବି କୁ ମଧ୍ୟମ ସାଇଜ୍ ରେ କାଟି ଭଲ ଭାବରେ ଧୋଇ ଅଲଗା କରି ରଖନ୍ତୁ । ଏକ ପାତ୍ରରେ ୩ କପ୍ ପାଣି ନେଇ ଗରମ କରନ୍ତୁ । ଏଥିରେ କଟା ହୋଇଥିବା କୋବି ଖଣ୍ଡକୁ ୧୫ ରୁ ୨୦ ମିନିଟ୍ ପକାଇ ଓ ଏହାପରେ ଅଲଗା କରି କାଢି ରଖନ୍ତୁ ।
    • ପନିର କୁ ଗରମ ପାଣିରେ ରଖନ୍ତୁ ଯେତେ ପର୍ଯ୍ୟନ୍ତ ତରକାରୀରେ ବ୍ୟବହାର ନ ହୋଇଛି ।
    • ପ୍ୟାନରେ ତେଲ ଓ ଘିଅ ଗରମ କରି ସେଥିରେ ଜିରା ପକାନ୍ତୁ ।
    • ଜିରା ଫୁଟି ଆସିଲେ କଟା ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।
    • ପରେ ଏଥିରେ ଅଦା-ରସୁଣ ପେଷ୍ଟ ପକାଇ କଶନ୍ତୁ ।
    • ଅଦା-ରସୁଣର କଞ୍ଚା ବାସ୍ନା ଚାଲିଗଲେ କଟା ବିଲାତି ପକାନ୍ତୁ । ବିଲାତି ନରମ ହେଲା ଯାଏ ଭାଜନ୍ତୁ ।
    • ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କରି ପାଉଡର, ଗରମ ମସଲା, ଲୁଣ ଓ ସୋୟା ସସ ପକାଇ ୧ ମିନିଟ କଶନ୍ତୁ ।
    • ଏହାପରେ ଟମାଟୋ ସସ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ କୋବି ଖଣ୍ଡ ପକାଇ ୧ କପ ପାଣି ଦେଇ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ।
    • ଝୋଳ ଫୁଟିବା ଆରମ୍ଭ ହେଲେ କସୁରି ମେଥି ଓ ପନିର ଖଣ୍ଡ କୁ ପକାଇ ଭଲ ଭାବେ ମିଶାନ୍ତୁ । ଏହାକୁ ୪ ର ୫ ମିନିଟ ପାଇଁ ଧିମା ଆଞ୍ଚରେ ରାନ୍ଧନ୍ତୁ ।
    • ପରେ ଆଞ୍ଚ ବନ୍ଦ କରି ଧନିଆ ପତ୍ରରେ ସଜାଇ ଦିଅନ୍ତୁ ।
    • ଏହାକୁ ରୋଟୀ କିମ୍ବା ବିରିୟାନୀ ସହ ଖାଇ ପାରିବେ ।
    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.