
ସାମଗ୍ରୀ :
- ଫୁଲ କୋବି -୧ ଟି ମଝି ସାଇଜ୍
- ପିଆଜ – ୧ ଟି ମଝି ସାଇଜ୍
- ରସୁଣ ପେଷ୍ଟ – ୧ ଚାମଚ
- ଅଦା ପେଷ୍ଟ – ୧ ଚାମଚ
- ଦହି – ୩ ରୁ ୪ ଟେବୁଲ୍ ଚାମଚ
- ହଳଦୀ – ୧/୪ ଚାମଚ
- ଲଙ୍କା ଗୁଣ୍ଡ – ୧/୨ ଚାମଚ
- ଗରମ ମସଲା ଗୁଣ୍ଡ – ୧/୨ ଚାମଚ
- ଧନିଆ ଗୁଣ୍ଡ – ୧ ଚାମଚ
- ଜୀରା ଗୁଣ୍ଡ – ୧/୨ ଚାମଚ
- ତେଜ ପତ୍ର – ୨ ଟି
- କଳା ଜିରା – ୧/୨ ଚାମଚ
- କସ୍ତୁରୀ ମେଥି – ୧/୨ ଚାମଚ
- ତେଲ – ୫ ଟେବୁଲ୍ ଚାମଚ
- ପାଣି – ୨ କପ୍
- ଜାଇ ଫଳ ଗୁଣ୍ଡ – ଚିମୁଟାଏ
- ଲୁଣ – ସ୍ୱାଦ ଅନୁସାରେ
- ଘିଅ – ୨ ଚାମଚ
ପେଷ୍ଟ ପାଇଁ-
- କାଜୁ – ୧ ଚାମଚ
- ବିଲାତି – ୨ ଟି
ପ୍ରଣାଳୀ-
ପ୍ରଥମେ କୋବି କୁ ମଧ୍ୟମ ସାଇଜ୍ ରେ କାଟି ଭଲ ଭାବରେ ଧୋଇ ଅଲଗା କରି ରଖନ୍ତୁ । ଏକ ପାତ୍ରରେ ୩ କପ୍ ପାଣି ନେଇ ଗରମ କରନ୍ତୁ । ଏଥିରେ କଟା ହୋଇଥିବା କୋବି ଖଣ୍ଡକୁ ୧୫ ରୁ ୨୦ ମିନିଟ୍ ପକାଇ ଓ ଏହାପରେ ଅଲଗା କରି କାଢି ରଖନ୍ତୁ । ଏହାପରେ ପିଆଜକୁ ଛୋଟ ଛୋଟ କରି କାଟି ଓ ବିଲାତି – କାଜୁର ପେଷ୍ଟ ତିଆରି କରି ନିଅନ୍ତୁ । ଏକ ପ୍ୟାନ୍ ରେ ୩ ଟେବୁଲ୍ ଚାମଚ ନେଇ ଗରମ କରନ୍ତୁ । ତେଲ ଗରମ ହେଲା ପରେ କୋବି ଖଣ୍ଡକୁ ହାଲୁକା ବାଦାମୀ ରଙ୍ଗ ଆସିବା ଯାଏ ଧିମା ଆଞ୍ଚରେ ଭାଜି ରଖନ୍ତୁ । ସେହି ପ୍ୟାନ୍ ରେ ୨ ଟେବୁଲ୍ ଚାମଚ ତେଲ ନେଇ ତେଜପତ୍ର ଓ କଳା ଜିରା ନେଇ ଫୁଟାନ୍ତୁ । ପରେ କଟା ପିଆଜ ପକାଇ ସୁନେଲି ରଙ୍ଗ ହେବ ଯାଏ ଭାଜନ୍ତୁ । ପରେ ଅଦା ରସୁଣ ପେଷ୍ଟ ପକାଇ ୩୦ ରୁ ୪୦ ସେକେଣ୍ଡ୍ ଭାଜି କାଜୁ -ବିଲାତି ପେଷ୍ଟ ମିଶାନ୍ତୁ । ଏହାପରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବରେ ଭାଜନ୍ତୁ । ଏହାପରେ ଦହି ଓ ୧.୫ କପ୍ ପାଣି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଭଜା କୋବି ଓ ଲୁଣ ପକାଇ ଢାଙ୍କୁଣୀ ଦେଇ ୧୦ ରୁ ୧୫ ମିନିଟ୍ ଯାଏ ଧିମା ଆଞ୍ଚରେ ରାନ୍ଧନ୍ତୁ । ସର୍ବଶେଷରେ କସୁରି ମେଥି, ଘିଅ ଓ ଚିମୁଟାଏ ଜାଇ ଫଳ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦେଇ ଆଞ୍ଚରୁ କାଢି ରଖନ୍ତୁ । ଏହାପରେ ଏହାକୁ ଏକ ପାତ୍ରକୁ କାଢି ରୁଟି, ଭାତ କିମ୍ବା ନାନ୍ ସହ ପରସନ୍ତୁ ।