
ସାମଗ୍ରୀ :
- ବିଲାତି – ୨୫୦ ଗ୍ରା.
- ରସୁଣ – ୮ କୋଲା
- ସୋରିଷତେଲ -୧.୫ ଟେବୁଲ ଚାମଚ
- ସୋରିଷ – ୧ ଚା’ଚାମଚ
- ଭ୍ରୁସଙ୍ଗ ପତ୍ର – ୧୦-୧୨ଟି
- ଲଙ୍କାଗୁଣ୍ଡ – ୧ ଚା’ଚାମଚ
- ଲୁଣ – ସ୍ବାଦାନୁସାରେ
ପ୍ରଣାଳୀ-
- ଟମାଟୋକୁ କାଟି ଓ ରସୁଣର ଚୋପା ଛଡାଇ ପ୍ରସ୍ତୁତ କରି ରଖନ୍ତୁ ।
- ଏବେ ଟମାଟୋ ଓ ରସୁଣ ମିଶାଇ ଭଲକରି ଗ୍ରାଇଣ୍ଡି° କରିନିଅନ୍ତୁ ।
- ପରେ କରେଇରେ ତେଲ ନେଇ ଗରମ କରନ୍ତୁ ।
- ତେଲ ଗରମ ହୋଇ ଆସିଲେ ସୋରିଷ ଓ ଭ୍ରୁସଙ୍ଗ ପତ୍ର ଫୁଟାଇ ବିଲାତି ପକାନ୍ତୁ ।
- ଏଥର ଲୁଣ ଓ ଲଙ୍କାଗୁଣ୍ଡ ମିଶାଇ ୨୦ ମିନିଟ୍ ଲଗାତର ଘାଣ୍ଟି କମ୍ ଆଞ୍ଚରେ ରାନ୍ଧନ୍ତୁ ।
- ଏବେ ଏହାକୁ ଇଡ଼ଲି, ରୋଟୀ କିମ୍ବା ଭାତ ସହ ଖାଇ ପାରିବେ ।
- ଏହାକୁ ମଧ୍ୟ ଥଣ୍ଡାକରି ୩-୪ ଦିନଯାଏଁ ଫ୍ରିଜରେ ରଖି ବ୍ୟବହାର କରିହେବ ।