
ସାମଗ୍ରୀ :
- ଚାଉଳ – ୨ କପ
- କାଜୁ – ୧୦ରୁ ୧୫ ଟି
- କିସମିସ – ୧୦ରୁ ୧୫ ଟି
- ଘିଅ – ୨ ଟେବୁଲ ଚାମଚ
- ଜିରା – ୧ ଚା’ ଚାମଚ
- ତେଜ ପତ୍ର – ୨ରୁ ୩ ଟି
- ଲେମ୍ବୁ ରସ – ୨ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ଚାଉଳରେ ଟିକିଏ ଲୁଣ ପକାଇ ଭାତ ରାନ୍ଧନ୍ତୁ । ଭାତ ଟିକିଏ ଟାଣ ରହିବ ଉଚିତ । ଏହାପରେ ଭାତକୁ ଛାଣି ଆଉ ଏକ ପାତ୍ରରେ କାଢି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥିରେ ତେଜ ପତ୍ର , କାଜୁ ଓ ଜିରା ପକାଇ ଭାଜନ୍ତୁ । ଜିରା ଫୁଟିଆସିଲେ କିସମିସ ପକାନ୍ତୁ ଓ ଆଞ୍ଚ ବନ୍ଦ କରନ୍ତୁ । ଭାତରେ ଲେମ୍ବୁରସ ପକାଇ ଭଲଭାବରେ ମିଶାନ୍ତୁ । ପୂର୍ବରୁ ଭଜାହୋଇ ରହିଥିବା ସାମଗ୍ରୀକୁ ଆଉଥରେ ମିଶାଇ ଗରମ ଗରମ ପରସନ୍ତୁ ।