Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ମଶରୁମ ବିରିୟାନୀ/Mushroom Biriyani
    Odia Recipe

    ମଶରୁମ ବିରିୟାନୀ/Mushroom Biriyani

    Suchitra PBy Suchitra PDecember 29, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Mushroom Biriyani
    Mushroom Biriyani
    Share
    Facebook Twitter LinkedIn Pinterest Email
    Mushroom Biriyani
    Mushroom Biriyani

    ସାମଗ୍ରୀ :

    • ବଟନ ମଶରୁମ – ୧୫ ରୁ ୨୦ ଖଣ୍ଡ
    • ବାସୁମତି ଚାଉଳ – ୧.୫ କପ
    • ପିଆଜ – ୨ଟି (ମଧ୍ୟମ)
    • ଅଦା – ୧ ଇଞ୍ଚ
    • ରସୁଣ – ୫ କୋଲା
    • କଟା ଧନିଆ ପତ୍ର – ୧/୪ କପ
    • ପୋଦିନା ପତ୍ର – ୧/୪ କପ
    • ବିଲାତି – ୨ଟି
    • ଦହି – ୧ କପ
    • କେଶର – ଚିମୁଟାଏ
    • ଲବଙ୍ଗ – ୪ଟି
    • ତେଜପତ୍ର – ୨ଟି
    • ଗୁଜୁରାତି – ୨ଟି
    • ଅଳେଇଚ – ୨ଟି
    • ଡାଲଚିନି – ୧ ଖଣ୍ଡ
    • ଜାୟତ୍ରୀ ଫଳ – ୧ଟି
    • ତେଲ – ୨ ଚାମଚ
    • ଲଙ୍କା ଗୁଣ୍ଡ – ୨ ଚାମଚ
    • ଧନିଆ ଗୁଣ୍ଡ – ୧ ଚାମଚ
    • ଗୋଲମରିଚ ଗୁଣ୍ଡ – ୧ ଚାମଚ
    • ଜିରା – ୧/୨ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚାମଚ
    • ଗରମ ମସଲା ଗୁଣ୍ଡ – ୧/୨ ଚାମଚ
    • ଗୋଲାପ ଜଳ – ୫ ବୁନ୍ଦା
    • ଲୁଣ – ଆବଶ୍ୟକ ଅନୁଯାଇ

    ପ୍ରଣାଳୀ-

    ମଶରୁମକୁ ଧୋଇ କାଟନ୍ତୁ । ବାସୁମତି ଚାଉଳକୁ ଭଲ ଭାବରେ ଧୋଇ ପାଣିରେ ଅଧ ଘଣ୍ଟାଏ ଯାଏଁ ଭିଯାନ୍ତୁ । ବିଲାତି କୁ କାଟି ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।ପିଆଜ କାଟିବା ସହ ଅଦା ଓ ରସୁଣକୁ ବାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦହିକୁ ଛାଣି ଅଲଗା କରି ରଖନ୍ତୁ । ଗୋଟିଏ ବଡ ପାତ୍ରରେ ୪ କପ ପାଣି ଗରମ କରି ସେଥିରେ ତେଜପତ୍ର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଡାଲଚିନି, ଯାଇତ୍ରି ଓ ଲୁଣ ପକାନ୍ତୁ । ପାଣି ଫୁଟିବା ପରେ ସେଥିରେ ଭିଜା ଯାଇଥିବା ଚାଉଳ ପକାନ୍ତୁ । ୮ ରୁ ୧୦ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ଛଣା ସାହାଯ୍ୟରେ ଭାତକୁ ଛାଣି ଦିଅନ୍ତୁ ।

    ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ କଟା ପକାଇ ୨ରୁ୩ ମିନିଟ ଯାଏଁ ଭାଜନ୍ତୁ । ଏବେ ଏଥିରେ ଅଦା-ରସୁଣ ପେଷ୍ଟ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପତ୍ର, ଗୋଲ ମରିଚ ଗୁଣ୍ଡ ପକାଇ ଭାଜନ୍ତୁ । ଟିକେ ଭାଜି ହୋଇଯିବା ପରେ ସେଥିରେ ବଟା ହୋଇଥିବା ବିଲାତି ପକାଇ ଭଲ ଭାବରେ କଷି ଦିଅନ୍ତୁ । ମସଲା କଷା ହୋଇଯିବା ପରେ ସେଥିରେ ଦହି, ଗରମ ମସଲା ଗୁଣ୍ଡ , ଅଳ୍ପ ଧନିଆ ଓ ପୋଦିନା ପତ୍ର ପକାନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ମଶରୁମ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୩ ରୁ୪ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଶରୁମ ମସଲା । ଅନ୍ୟ ଏକ ପାତ୍ରରେ କିଛି ଭାତ ରଖି ତା ଉପରେ ମଶରୁମ ରଖି ଏହା ଉପରେ ପୁନର୍ବାର ଭାତ ରଖନ୍ତୁ । ଏବେ ଭାତ ଉପରେ ବାକି ଥିବା କଟା ଧନିଆ ଓ ପୋଦିନା ପତ୍ର ସହ ଅଳ୍ପ ଗୋଲାପ ଜଳ ଓ କେଶର ଛିଞ୍ଚନ୍ତୁ । ଏବେ ଏହାକୁ କଚୁମ୍ବର ସହ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.