
ସାମଗ୍ରୀ :
- ଫୁଲକୋବି ଛୋଟ (୧ଇଞ୍ଚ) କଟା – ୧ କପ୍
- ଦହି – ୧ କପ୍
- ଶୁଖିଲା ଲଙ୍କା – ୨-୩ଟି
- ଫୁଟଣ – ୧ ଚାମଚ
- ଲୁଣ- ସ୍ବାଦାନୁସାରେ
- ରିଫାଇନ୍ ତେଲ- ୧ଟେବୁଲ ଚାମଚ
- ଜିରା – ୧ ଚାମଚ
- ଲଙ୍କାଗୁଣ୍ଡ-୧ ଚାମଚ
- ହଳଦି – ଟିପେ
- ଚିନି-୨ ଚାମଚ
- ଭୂସ୍ତିଙ୍ଗ ପତ୍ର – ୭ – ୮ ଟି
- ଧଣିଆ ପତ୍ର – ସଜାଇବା ପାଇଁ
ପ୍ରଣାଳୀ-
ଫୁଲକୋବିକୁ ଗରମ କରି ଲୁଣପାଣିରେ ୫ ମିନିଟ୍ ସିଝାଇ ଛାଣି ରଖନ୍ତୁ । ପ୍ୟାନରେ ତେଲ ଗରମ କରି ଲଙ୍କା, ଫୁଟଣ, ଭୂସ୍ତିଙ୍ଗପତ୍ର ଫୁଟାଇ ପକାଇ ଭାଜନ୍ତୁ । ଦହିରେ ଲୁଣ, ଜିରାଲଙ୍କା ଗୁଣ୍ଡ ଓ ଚିନି ଗୋଳାଇ ରଖନ୍ତୁ । କୋବିରେ ହଳଦୀ ଟିକେ ଦେଇ ଭଲକରି ଭାଜି ଦହିରେ ମିଶାନ୍ତୁ । କଟା ଧନିଆପତ୍ରରେ ସଜାଇ ପରଶନ୍ତୁ ।