Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଆଳୁ ଦମ୍/Aalu Dum
    Odia Curry Recipe

    ଆଳୁ ଦମ୍/Aalu Dum

    Suchitra PBy Suchitra PDecember 24, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    aloo-dum
    aloo-dum
    Share
    Facebook Twitter LinkedIn Pinterest Email
    aloo-dum
    aloo-dum

    ସାମଗ୍ରୀ :

    • ଛୋଟ ଆଳୁ – ୫ ଟି
    • ତେଲ – ୩ରୁ ୪ ଟେବୁଲ ଚାମଚ
    • କଟା ପିଆଜ – ୨ କପ
    • ତେଜ ପତ୍ର – ୩ ଟି
    • ଅଦା ଓ ରସୁଣ ପେଷ୍ଟ – ୧ଟେବୁଲ ଚାମଚ
    • ବିଲାତି – ୨ ଟି
    • ଜିରା ଗୁଣ୍ଡ – ୧/୨ ଚା’ ଚାମଚ
    • ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
    • ଲାଲ ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
    • ଗରମ ମସଲା – ୧/୨ ଚା’ ଚାମଚ
    • ଗୁଜୁରାତି ଗୁଣ୍ଡ – ୧/୪ ଚା’ ଚାମଚ
    • ଡାଲଚିନି ଗୁଣ୍ଡ – ୧/୪ ଚା’ ଚାମଚ
    • କଟା ଧନିଆ ପତ୍ର – ୧ କପ

    ପ୍ରଣାଳୀ-

    ପ୍ରଥମେ ଆଳୁ କୁ ସିଝାଇ ଚୋପା ଛଡାଇ ରଖି ଦିଅନ୍ତୁ । ଏବେ ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ । ସେଥିରେ ତେଜ ପତ୍ର ଓ ପିଆଜ ପକାଇ ଭାଜନ୍ତୁ । ଟିକିଏ ଭାଜିବାପରେ ଅଦା ଓ ରସୁଣ ପେଷ୍ଟ ଦେଇ କସନ୍ତୁ । ଏବେ ଏଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ , ଗରମ ମସଲା , ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମିଶାନ୍ତୁ ଓ ସେଥିରେ ଟିକିଏ ପାଣି ଦେଇ ଭଲ କରି କସନ୍ତୁ । ତାପରେ କଟା ବିଲାତି ଦେଇ, ମସଲା ତେଲ ଛାଡି଼ବା ଯାଏ କସନ୍ତୁ । ଏବେ ସିଝା କଟା ଆଳୁ ପକାଇ ମିଶାନ୍ତୁ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଏଥିରେ ୨ କପ ପାଣି ଦେଇ ଘୋଡାଇ ଦିଅନ୍ତୁ । ଝୋଳ ବହଳିଆ ହୋଇଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ । ଏବେ ସେଥିରେ ଧନିଆ ପତ୍ର ଓ ଗୁଜୁରାତି ଗୁଣ୍ଡ ଦେଇ ୧ ମିନିଟ ପରେ ଓହ୍ଲାଇ, ଭାତ କିମ୍ବା ପରଟା ସହିତ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.