
ସାମଗ୍ରୀ :
- ଛୋଟ ଆଳୁ – ୫ ଟି
- ତେଲ – ୩ରୁ ୪ ଟେବୁଲ ଚାମଚ
- କଟା ପିଆଜ – ୨ କପ
- ତେଜ ପତ୍ର – ୩ ଟି
- ଅଦା ଓ ରସୁଣ ପେଷ୍ଟ – ୧ଟେବୁଲ ଚାମଚ
- ବିଲାତି – ୨ ଟି
- ଜିରା ଗୁଣ୍ଡ – ୧/୨ ଚା’ ଚାମଚ
- ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
- ଲାଲ ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
- ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
- ଗରମ ମସଲା – ୧/୨ ଚା’ ଚାମଚ
- ଗୁଜୁରାତି ଗୁଣ୍ଡ – ୧/୪ ଚା’ ଚାମଚ
- ଡାଲଚିନି ଗୁଣ୍ଡ – ୧/୪ ଚା’ ଚାମଚ
- କଟା ଧନିଆ ପତ୍ର – ୧ କପ
ପ୍ରଣାଳୀ-
ପ୍ରଥମେ ଆଳୁ କୁ ସିଝାଇ ଚୋପା ଛଡାଇ ରଖି ଦିଅନ୍ତୁ । ଏବେ ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ । ସେଥିରେ ତେଜ ପତ୍ର ଓ ପିଆଜ ପକାଇ ଭାଜନ୍ତୁ । ଟିକିଏ ଭାଜିବାପରେ ଅଦା ଓ ରସୁଣ ପେଷ୍ଟ ଦେଇ କସନ୍ତୁ । ଏବେ ଏଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ , ଗରମ ମସଲା , ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମିଶାନ୍ତୁ ଓ ସେଥିରେ ଟିକିଏ ପାଣି ଦେଇ ଭଲ କରି କସନ୍ତୁ । ତାପରେ କଟା ବିଲାତି ଦେଇ, ମସଲା ତେଲ ଛାଡି଼ବା ଯାଏ କସନ୍ତୁ । ଏବେ ସିଝା କଟା ଆଳୁ ପକାଇ ମିଶାନ୍ତୁ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଏଥିରେ ୨ କପ ପାଣି ଦେଇ ଘୋଡାଇ ଦିଅନ୍ତୁ । ଝୋଳ ବହଳିଆ ହୋଇଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ । ଏବେ ସେଥିରେ ଧନିଆ ପତ୍ର ଓ ଗୁଜୁରାତି ଗୁଣ୍ଡ ଦେଇ ୧ ମିନିଟ ପରେ ଓହ୍ଲାଇ, ଭାତ କିମ୍ବା ପରଟା ସହିତ ପରସନ୍ତୁ ।