Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ମିଲ୍ ମେକର (ସୋୟାବିନ ବଡ଼ି) ତରକାରୀ/Soyabean Curry
    Odia Curry Recipe

    ମିଲ୍ ମେକର (ସୋୟାବିନ ବଡ଼ି) ତରକାରୀ/Soyabean Curry

    Suchitra PBy Suchitra PDecember 16, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    soy-masala
    soy-masala
    Share
    Facebook Twitter LinkedIn Pinterest Email
    soy-masala
    soy-masala

    ସାମଗ୍ରୀ :

    • ମିଲ୍ ମେକର (ସୋୟାବିନ ବଡ଼ି) – ୨ କପ
    • ପିଆଜ଼ – ୨ ଟି (ଛୋଟ କଟା)
    • ତେଜ ପତ୍ର – ୨ ଟି
    • ଜିରା – ୧/୨ ଟେବୁଲ ଚାମଚ
    • ସୋରିଷ – ୧/୨ ଟେବୁଲ ଚାମଚ
    • କଞ୍ଚା ଲଙ୍କା – ୧ ଟି (ଛୋଟ କଟା)
    • ଅଦା ରସୁଣ ବଟା – ୧ ଟେବୁଲ ଚାମଚ
    • ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ
    • ଗରମ ମସଲା – ୧ ଛୋଟ ଚାମଚ
    • ଧଣିଆ ଗୁଣ୍ଡ – ୧/୨ ଟେବୁଲ ଚାମଚ
    • ସୋରିଷ ତେଲ – ୨ ଟେବୁଲ ଚାମଚ
    • ହେଙ୍ଗୁ – ଚିମୁଟାଏ
    • ଲୁଣ – ସ୍ୱାଦ ଅନୁସାରେ
    • ଟମାଟୋ – ୨ ଟି
    • ନଡ଼ିଆ କୋରା – ୩ ଟେବୁଲ ଚାମଚ
    • କାଜୁ – ୮ ଟି

    ପ୍ରଣାଳୀ-

    • ପ୍ରଥମେ ଟମାଟୋ, ନଡ଼ିଆ କୋରା, କାଜୁ କୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।
    • ଗ୍ୟାସରେ ୪ କପ ପାଣି ଦେଇ ଗରମ କରନ୍ତୁ ।
    • ପାଣି ଫୁଟି ଆସିଲେ ସୋୟାବିନ ବଡ଼ି ପକାନ୍ତୁ । ସୋୟାବିନ ବଡ଼ି ନରମ ହୋଇଗଲେ ଗ୍ୟାସ ରୁ ଓହ୍ଲାଇ ପାଣି ଥଣ୍ଡା ହେବ ଯାଇ ରଖି ଦିଅନ୍ତୁ ।
    • ପାଣି ଥଣ୍ଡା ହୋଇଗଲେ ସୋୟାବିନ ବଡ଼ି କୁ ଚିପୁଡ଼ି ପାଣି ରୁ ବାହାର କରି ରଖି ଦିଅନ୍ତୁ ।
    • ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ, ଗରମ ହୋଇଗଲେ ସୋରିଷ, ଜିରା ପକାନ୍ତୁ । ସୋରିଷ ଫୁଟିବାକୁ ଲାଗିଲେ ଚିମୁଟାଏ ହେଙ୍ଗୁ, ତେଜ ପତ୍ର, ପିଆଜ଼ ଓ କଞ୍ଚା ଲଙ୍କା ପକାନ୍ତୁ । ପିଆଜ଼ ହାଲକା ବାଦାମୀ ରଙ୍ଗ ହେବ ଯାଏ ଫ୍ରାଏ କରନ୍ତୁ ।
    • ଏବେ ଅଦା ରସୁଣ ବଟା ପକାଇ ଗୋଳାନ୍ତୁ ଓ ଅଦା ଗନ୍ଧ ଯିବା ଯାଏ ଫ୍ରାଏ କରନ୍ତୁ ।
    • ମସଲା ହୋଇଗଲେ ଗ୍ରାଇଣ୍ଡିଙ୍ଗ ହୋଇଥିବା ଟମାଟୋ, ନଡ଼ିଆ କୋରା, କାଜୁ କୁ ପକାଇ ୧୦ ମିନିଟ ଯାଏ ଅଳ୍ପ ଆଞ୍ଚ ରେ ଫ୍ରାଏ କରନ୍ତୁ ।
    • ଭଲ ଭାବେ ମସଲା ସହ ମିଶି ଗଲେ ଏହାପରେ ଲଙ୍କା ଗୁଣ୍ଡ, ଗରମ ମସଲା, ଧଣିଆ ଗୁଣ୍ଡ, ଲୁଣ ପକାଇ ଭଲକି ୩ ମିନିଟ ଭଲ ଗୋଳାନ୍ତୁ ।
    • ଏବେ ସୋୟାବିନ ବଡ଼ି କୁ ମସଲା ରେ ପକାଇ ୪ -୫ ମିନିଟ ଗୋଳାନ୍ତୁ ଯେପରି ମସଲା ସୋୟାବିନ ବଡ଼ି ରେ ଭଲକି ଲାଗି ଯିବ ।
    •  ଆବଶ୍ୟକ ମୁତାବକ ପାଣି ଦେଇ ୧୦ – ୧୨ ମିନିଟ ଯାଏ ମଧ୍ୟମ ଆଞ୍ଚ ରେ ଫୁଟିବାକୁ ଦିଅନ୍ତୁ । ତେଲ ଉପରେ ଭାସିବାକୁ ଲାଗିଲେ ଆଞ୍ଚରୁ ଓହ୍ଲାଇ ରୋଟୀ ବା ଭାତ ସହ ପରସନ୍ତୁ ।
    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.