ସାମଗ୍ରୀ :
- ସିଝା ଅଣ୍ଡା-୪ଟି (ଗୋଲ ଚେକାକଟା)
- ଗୋଲମରିଚ ଗୁଣ୍ଡ – ୧/୨ ଚା’ ଚାମଚ
- ଲୁଣ- ସ୍ବାଦାନୁସାରେ
- ମଇଦା – ୨ ଟେବୁଲ ଚାମଚ
- କର୍ଣ୍ଣଫୋର-୧ ଟେବୁଲ ଚାମଚ
- ଜିରା ଗୁଣ୍ଡ—୧/୨ ଚା’ ଚାମଚ
- ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
- ରିଫାଇନ ତେଲ – ଛାଣିବାକୁ
- କଟା ଧଣିଆ ପତ୍ର – ୧ଟେବୁଲ ଚାମଚ
- କଟା କଞ୍ଚାଲଙ୍କା- ୧ ଟେବୁଲ ଚାମଚ
ପ୍ରଣାଳୀ-
ଅଣ୍ଡା ଗୋଲ ଚେକାକଟା ଅଣ୍ଡାରେ ଲୁଣ ଓ ଗୋଲମରିଚ ଗୁଣ୍ଡ ଛିଞ୍ଚି ରଖନ୍ତୁ । କର୍ଣ୍ଣଫୋର ଉପରେ ଲଗାଇଦିଅନ୍ତୁ । ମଇଦାରେ ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ,ଧଣିଆ ପତ୍ର ଓ କଟାଲଙ୍କା, ଲୁଣ, ପାଣି ଦେଇ ପକୁଡ଼ି ଆଣ ପ୍ରସ୍ତୁତ କରନ୍ତୁ । ତେଲ ଗରମ କରି ଥଣ୍ଡା ସ୍ଲାଇସକୁ ଏହି ଆଣରେ ବୁଡ଼ାଇ ଲାଲ୍ କରି ଛାଣନ୍ତୁ ।। ଏହା ପରେ ଏକ ପାତ୍ରକୁ କାଢି ଗରମା ଗରମ ପରସନ୍ତୁ ।