Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଆଚାରି ପନିର ମସଲା/Achari Panir Masala
    Odia Curry Recipe

    ଆଚାରି ପନିର ମସଲା/Achari Panir Masala

    Suchitra PBy Suchitra PDecember 9, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Achari-Paneer-Masala
    Achari-Paneer-Masala
    Share
    Facebook Twitter LinkedIn Pinterest Email
    Achari-Paneer-Masala
    Achari-Paneer-Masala

    ସାମଗ୍ରୀ

    • ପନିର – ୨୫୦ ଗ୍ରାମ (କଟା ଚାରିକଣିଆ)
    • ଦହି – ୨୪୦ ଗ୍ରାମ
    • ଅଦା ଓ କଞ୍ଚା ଲଙ୍କା ବଟା – ୧ ୧/୨ ଚାମଚ
    • ଶୁଖିଲା ଲଙ୍କା – ୨ ଟା
    • ହେଙ୍ଗୁ – ଚିମୁଟାଏ
    • ଫ୍ରେଶ କ୍ରିମ୍ – ୩ ଚାମଚ (ବଜାର ରେ ମିଳେ ଅମୁଲ କମ୍ପାନୀର )
    • ଟମାଟୋ( ମଧ୍ୟମ) – ୧ କଟା
    • ଦର କୁଟା କାଜୁ  – ୨ ଟେବୁଲ ଚାମଚ
    • ଜୀରା ଗୁଣ୍ଡ – ୧/୪ ଚାମଚ
    • ହଳଦୀ ଗୁଣ୍ଡ -୧/୪ ଚାମଚ
    • ଧଣିଆ ଗୁଣ୍ଡ -୧/୨ ଚାମଚ
    • ଲଙ୍କା ଗୁଣ୍ଡ -୧/୨ ଚାମଚ
    • ବେସନ – ୨ ଟେବୁଲ ଚାମଚ
    • ଶୁଖିଲା ମେଥି ପତ୍ର – ୧/୨ ଚାମଚ
    • ସୂର୍ଯ୍ୟମୁଖୀ ତେଲ – ୩ ଟେବୁଲ ଚାମଚ
    • ଧଣିଆ ପତ୍ର – ୨ ଚାମଚ କଟା
    • ପୁଦିନା ପତ୍ର – ୧ ଚାମଚ କଟା
    • ଲୁଣ – ସ୍ୱାଦାନୁସାରେ

    ପ୍ରଣାଳୀ-

    ପ୍ରଥମେ ଫୁଟଣ କୁ କମ ଆଞ୍ଚ ରେ ଭାଜି ଗ୍ରାଇଣ୍ଡିଙ୍ଗ୍ କରି ଦିଅନ୍ତୁ । କଡେଇ ରେ ୨ ଟେବୁଲ୍ ଚାମଚ ସୂର୍ଯ୍ୟମୁଖୀ ତେଲ ନେଇ ଗରମ କରନ୍ତୁ ସେଥିରେ ୨ ଟି ଶୁଖିଲା ଲଙ୍କା ଓ ହେଙ୍ଗୁ ପକେଇ କିଛି ସମୟ ଭାଜନ୍ତୁ । ଏବେ ଅଦା ଓ କଞ୍ଚା ଲଙ୍କା ବଟା ପକାଇ କିଛି ସମୟ ଘାଟନ୍ତୁ ଯେପର୍ଯ୍ୟନ୍ତ ଅଦା ଗନ୍ଧ ନ ଯାଇଛି , କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ଜୀରା ଗୁଣ୍ଡ – ୧/୪ ଚାମଚ ହଳଦୀ ଗୁଣ୍ଡ -୧/୪ ଚାମଚ,ଧଣିଆ ଗୁଣ୍ଡ -୧/୨ ଚାମଚ,ଲଙ୍କା ଗୁଣ୍ଡ -୧/୨ ଚାମଚ ପକାଇ ଆଉ ଟିକେ ସମୟ ଗୋଳାନ୍ତୁ । କିଛି ସମୟ ପରେ ଦେଖିବେ ଟମାଟୋ ମସଲା ସହ ମିଶିଯିବ ଓ ଚାରି ପାଖରୁ ତେଲ ବାହାରିବା ଆରମ୍ଭ କରିବ। ଏବେ କାଜୁ ଗୁଣ୍ଡ ପକାଇ ୨ ମିନିଟ ପର୍ଯ୍ୟନ୍ତ କମ୍ ଆଞ୍ଚ ରେ ଗୋଳାନ୍ତୁ । ଏହାପରେ ଗ୍ରାଇଣ୍ଡିଙ୍ଗ୍ ହୋଇଥିବା ଫୁଟଣ ର ଅଧା ପକାନ୍ତୁ ଓ ୧ ଚାମଚ ବେସନ (ଦହି ଛିଡି ନ ଯିବାକୁ ବେସନର ବ୍ୟବହାର କରାଯାଉଛି ) । ବେସନ କୁ ଭଲ ଭାବେ ମସଲା ରେ ମିଶିବା ଯାଇ ଗୋଳାନ୍ତୁ । ଗ୍ୟାସ୍ ଆଞ୍ଚ କମ୍ କରି ଦହି ପକାଇ ସଂଗେ ସଂଗେ ଗୋଳାନ୍ତୁ ସେମିତି ଦହି ଗୋଟେ ଜାଗା ରେ ଜମା ହୋଇ ରହି ନ ଯାଏ । ଏବେ ଲୁଣ ପକେଇ ୨,୩ ମିନିଟ୍ କମ୍ ଆଞ୍ଚ ରେ ଘୋଡ଼ାଇ ଦିଅନ୍ତୁ । କଟା ହୋଇଥିବା ପନିର କୁ ପକାଇ ଆଉ ୨ ମିନିଟ୍ ରାନ୍ଧନ୍ତୁ । ୩ ଚାମଚ ଫ୍ରେଶ୍ କ୍ରିମ୍ ,ଶୁଖିଲା ମେଥି ପତ୍ର ପକାଇ ଗୋଳାଇ ଦିଅନ୍ତୁ । ଏବେ ଆଞ୍ଚ ବନ୍ଦ କରି କଟା ହୋଇଥିବା ଧଣିଆ ପତ୍ର, ପୁଦିନା ପତ୍ର ପକାଇ ଆଉ ଟିକେ ଗୋଳାଇ ଦିଅନ୍ତୁ । ରହି ଯାଇଥିବା ଫୁଟଣ ଗୁଣ୍ଡ ପରସିଲା ବେଳେ ଉପରେ ଛିଂଚି ପରଶନ୍ତୁ ।

    Odia Recipe Panir Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.