
ସାମଗ୍ରୀ :
- ବନ୍ଧା କୋବି – ୩୦୦ ଗ୍ରାମ (ଚୁନା କଟା )
- ଗାଜର – ୧୫୦ ଗ୍ରାମ (ଛୋଟ କଟା)
- ଅଦା – ୧/୨ ଟେବୁଲ ଚାମଚ
- ରସୁଣ – ୧/୨ ଟେବୁଲ ଚାମଚ
- ପିଆଜ – ୨ ଟି (ଚୁନା କଟା )
- ଟମାଟୋ – ୧ ଟି (ଛୋଟ କଟା )
- କରି ମସଲା – ୧ ଟେବୁଲ ଚାମଚ
- କଞ୍ଚା ଲଙ୍କା – ୨ ଟି (ମଝିରୁ କଟା )
- ଗରମ ମସଲା – ୧/୨ ଛୋଟ ଚାମଚ
- ହଳଦୀ ଗୁଣ୍ଡ – ୧ ଟେବୁଲ ଚାମଚ
- ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ
- ଜିରା – ୧ ଟେବୁଲ ଚାମଚ
- ସୋରିଷ – ୧ ଟେବୁଲ ଚାମଚ
- ମେଥି – ୧/୨ ଛୋଟ ଚାମଚ
- ଧନିଆ ଗୁଣ୍ଡ – ୨ ଟେବୁଲ ଚାମଚ
- ତେଲ – ୩ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ଗ୍ୟାସ ରେ କଡେଇ ବସାଇ ୩ ଟେବୁଲ ଚାମଚ ତେଲ ନିଅନ୍ତୁ ।
- ତେଲ ଟିକେ ଗରମ ହୋଇଗଲେ ସୋରିଷ, ଜିରା, ମେଥି ପକାଇ ଫୁଟାନ୍ତୁ । ଏବେ ରସୁଣ, କଞ୍ଚା ଲଙ୍କା ପକାଇ ୧ ମିନିଟ ଯାଏ କସନ୍ତୁ ।
- ପରେ ଅଦା ପକାଇ ୧ ମିନିଟ ଯାଏ କସନ୍ତୁ । ଅଦା ରସୁଣ ସହ ମିଶିଗଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବ ଯାଏ କସନ୍ତୁ ।
- ଏବେ ଟମାଟୋ, କରି ମସଲା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
- ଟମାଟୋ ମଉଳି ଭଲ ଭାବରେ ମିଶିବା ଯାଏ କସନ୍ତୁ (୫ ମିନିଟ ଯାଏ ) ।
- ଟମାଟୋ ଭଲକି ମିଶିଗଲେ ଗାଜର ଓ ଗରମ ମସଲା ପକାଇ ଅଳ୍ପ ସମୟ କସନ୍ତୁ ।
- ଏହାପରେ ମଧ୍ୟମ ଆଞ୍ଚରେ କଟା ବନ୍ଧା କୋବି ପକାଇ ଉପରେ ଟିକେ ପାଣି ଛିଂଚି, ସିଝିବା ଯାଏ ଘୋଡଣି ଘୋଡ଼ାଇ ଦିଅନ୍ତୁ ।
- ୫ ମିନିଟ ପରେ ଘୋଡଣି କାଢି ଦେଖନ୍ତୁ ଯଦି ସିଝି ନଥାଏ ଆଉ ଅଳ୍ପ ପାଣି ଛିଂଚି କିଛି ସମୟ ଯାଏ ରାନ୍ଧନ୍ତୁ ।
- ଭଲ ଭାବରେ ସିଝାଇ ଓ ପାଣି ମାରି ଗ୍ୟାସ ବନ୍ଦ କରି ପ୍ଲେଟ କୁ ବାହାର କରି କଟା ଧଣିଆ ପତ୍ର ପକାଇ ରୋଟି ଓ ଭାତ ସହ ପରସନ୍ତୁ ।