Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ବନ୍ଧା କୋବି ତରକାରୀ/Cabbage Curry
    Odia Curry Recipe

    ବନ୍ଧା କୋବି ତରକାରୀ/Cabbage Curry

    Suchitra PBy Suchitra PDecember 2, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Cabbage Curry
    Cabbage Curry
    Share
    Facebook Twitter LinkedIn Pinterest Email
    Cabbage Curry
    Cabbage Curry

    ସାମଗ୍ରୀ :

    • ବନ୍ଧା କୋବି – ୩୦୦ ଗ୍ରାମ (ଚୁନା କଟା )
    • ଗାଜର – ୧୫୦ ଗ୍ରାମ (ଛୋଟ କଟା)
    • ଅଦା – ୧/୨ ଟେବୁଲ ଚାମଚ
    • ରସୁଣ – ୧/୨ ଟେବୁଲ ଚାମଚ
    • ପିଆଜ – ୨ ଟି (ଚୁନା କଟା )
    • ଟମାଟୋ – ୧ ଟି (ଛୋଟ କଟା )
    • କରି ମସଲା – ୧ ଟେବୁଲ ଚାମଚ
    • କଞ୍ଚା ଲଙ୍କା – ୨ ଟି (ମଝିରୁ କଟା )
    • ଗରମ ମସଲା – ୧/୨ ଛୋଟ ଚାମଚ
    • ହଳଦୀ ଗୁଣ୍ଡ – ୧ ଟେବୁଲ ଚାମଚ
    • ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ
    • ଜିରା – ୧ ଟେବୁଲ ଚାମଚ
    • ସୋରିଷ – ୧ ଟେବୁଲ ଚାମଚ
    • ମେଥି – ୧/୨ ଛୋଟ ଚାମଚ
    • ଧନିଆ ଗୁଣ୍ଡ – ୨ ଟେବୁଲ ଚାମଚ
    • ତେଲ – ୩ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ଗ୍ୟାସ ରେ କଡେଇ ବସାଇ ୩ ଟେବୁଲ ଚାମଚ ତେଲ ନିଅନ୍ତୁ ।
    • ତେଲ ଟିକେ ଗରମ ହୋଇଗଲେ ସୋରିଷ, ଜିରା, ମେଥି ପକାଇ ଫୁଟାନ୍ତୁ । ଏବେ ରସୁଣ, କଞ୍ଚା ଲଙ୍କା ପକାଇ ୧ ମିନିଟ ଯାଏ କସନ୍ତୁ ।
    • ପରେ ଅଦା ପକାଇ ୧ ମିନିଟ ଯାଏ କସନ୍ତୁ । ଅଦା ରସୁଣ ସହ ମିଶିଗଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବ ଯାଏ କସନ୍ତୁ ।
    • ଏବେ ଟମାଟୋ, କରି ମସଲା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । 
    • ଟମାଟୋ ମଉଳି ଭଲ ଭାବରେ ମିଶିବା ଯାଏ କସନ୍ତୁ (୫ ମିନିଟ ଯାଏ ) ।
    • ଟମାଟୋ ଭଲକି ମିଶିଗଲେ ଗାଜର ଓ ଗରମ ମସଲା ପକାଇ ଅଳ୍ପ ସମୟ କସନ୍ତୁ ।
    • ଏହାପରେ ମଧ୍ୟମ ଆଞ୍ଚରେ କଟା ବନ୍ଧା କୋବି ପକାଇ ଉପରେ ଟିକେ ପାଣି ଛିଂଚି, ସିଝିବା ଯାଏ ଘୋଡଣି ଘୋଡ଼ାଇ ଦିଅନ୍ତୁ ।
    • ୫ ମିନିଟ ପରେ ଘୋଡଣି କାଢି ଦେଖନ୍ତୁ ଯଦି ସିଝି ନଥାଏ ଆଉ ଅଳ୍ପ ପାଣି ଛିଂଚି କିଛି ସମୟ ଯାଏ ରାନ୍ଧନ୍ତୁ ।
    • ଭଲ ଭାବରେ ସିଝାଇ ଓ ପାଣି ମାରି ଗ୍ୟାସ ବନ୍ଦ କରି ପ୍ଲେଟ କୁ ବାହାର କରି କଟା ଧଣିଆ ପତ୍ର ପକାଇ ରୋଟି ଓ ଭାତ ସହ ପରସନ୍ତୁ ।
    Cabbage Curry Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.