
ସାମଗ୍ରୀ :
- ହରଡ଼ ଡାଲି – ୨ କପ
- ସମ୍ବର ମସଲା – ୪
- କଟା ବାଇଗଣ (ଛୋଟ ପିସ ) – ୧ କପ
- କଟା ଆଳୁ ( ଛୋଟ ପିସ ) – ୧ କପ
- କଟା ପିଆଜ – ୧/୨ କପ
- କଟା ଭେଣ୍ଡି – ୧୦-୧୨ ଟି
- କଟା ବୋଇତାଳ – ୧/୨ କପ
- କଟା ସଜନା ଛୁଇଁ(୩ ଇଞ୍ଚ ) – ୧୦-୧୨ ଟି
- ତେନ୍ତୁଳି ରସ – ୨ ଟେବୁଲ ଚାମଚ କିମ୍ବା ସ୍ୱାଦ ଅନୁସାରେ
- ଘିଅ – ୩ ଟେବୁଲ ଚାମଚ
- ସୋରିଷ – ୧ ଚା’ ଚାମଚ
- ଭୁର୍ସୁଙ୍ଗା ପତ୍ର – ୮-୧୦ ଟି
- ଶୁଖିଲା ଲଙ୍କା – ୩ ଟି
- କଟା ଧନିଆ ପତ୍ର – ୧/୪ କପ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
କରେଇରେ ବେଶୀ ପାଣି ଦେଇ ଡାଲି ଓ ସମ୍ବର ମସଲା କୁ ପକାଇ ସିଝାନ୍ତୁ । ଡାଲି ଭଲଭାବରେ ସିଝିବା ପରେ ତେନ୍ତୁଳି ରସ ପକାଇ ଭଲଭାବରେ ମିଶାନ୍ତୁ । ଏବେ ଆଳୁ ପକାଇ ଅଳ୍ପ ନରମ ହେବାଯାଏ ସିଝାନ୍ତୁ । ତାପରେ କଟା ପିଆଜ ଓ ସବୁ ପରିବାକୁ ପକାନ୍ତୁ । ସବୁ ସିଝି ଗଲାପରେ ଓହ୍ଳାନ୍ତୁ । ଏକ ତଡକା ପ୍ୟାନ କିମ୍ବା କରେଇ ଗରମ କରନ୍ତୁ । ସେଥିରେ ଘିଅ ଗରମ କରି ସୋରିଷ, ଭୁର୍ସୁଙ୍ଗା ପତ୍ର ଓ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ । ପରେ ଏହାକୁ ସିଝା ଡାଲିରେ ପକାଇ ମିଶାନ୍ତୁ । ଏବେ ସମ୍ବରରେ ଧନିଆ ପତ୍ର ସଜାଇ ପରସନ୍ତୁ ।