Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଗୋଟା କଲରା ଭଜା/ Karela Fry
    Odia Curry Recipe

    ଗୋଟା କଲରା ଭଜା/ Karela Fry

    Suchitra PBy Suchitra PNovember 29, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Gota Kalara Bhaja
    Gota Kalara Bhaja
    Share
    Facebook Twitter LinkedIn Pinterest Email
    Gota Kalara Bhaja
    Gota Kalara Bhaja

    ସାମଗ୍ରୀ :

    • କଲରା – ୬ଟି
    • ତେଲ -୪ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ହଳଦୀ -୧/୬ ଚାମଚ
    • ଲାଲ ଲଙ୍କା -୧ ରୁ ୨ ଟି
    • ରସୁଣ – ୫ କୋଲା
    • ଗୋଟା ଧଳା ସୋରିଷ – ୨ ଚାମଚ
    • ଚିନା ବାଦାମ -୩ ଚାମଚ
    • ଜିରା -୧ ଚାମଚ
    • ପିଆଜ -୧ ଟି

    ପ୍ରଣାଳୀ-

    ସୋରିଷ , ଜିରା, ରସୁଣ,ଚିନା ବାଦାମ ଓ ଲଙ୍କାକୁ ମିଶାଇ ପେଷ୍ଟ ତିଆରି କରନ୍ତୁ ।ଭଲ ଭାବରେ ପିଆଜକୁ ଛୋଟ ଛୋଟ କରି କାଟନ୍ତୁ ।କଲରାକୁ ଲମ୍ବ ଭାବରେ ଚିରି ପ୍ରେସର କୁକର ରେ ପକାନ୍ତୁ ।ଏହା ପରେ ଲୁଣ ,ହଳଦୀ ଓ ୧ କପ ପାଣି ପକାଇ ବଡ ଆଞ୍ଚରେ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ।ଏହା ପରେ କଲରାକୁ ଥଣ୍ଡା କରି ଭଲ ଭାବରେ ମଞ୍ଜି କାଢି ଦିଅନ୍ତୁ ।ପ୍ୟାନ ରେ ୧ ଚାମଚ ତେଲ ପକାଇ ଗରମ କରନ୍ତୁ ।

                 ଏହା ପରେ ପିଆଜ ପକାଇ ୩ରୁ ୪ ମିନିଟ ଭାଜନ୍ତୁ ।ପୂର୍ବରୁ ପ୍ରସ୍ତୁତ ଥିବା ପେଷ୍ଟ କୁ ପିଆଜରେ ପକାଇ ଆଉ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଅଳ୍ପ ପରିମାଣରେ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ପାତ୍ରକୁ କାଢି ଥଣ୍ଡା କରନ୍ତୁ ।ପ୍ରସ୍ତୁତ ହୋଇଥିବା ପେଷ୍ଟକୁ କଲରା ମଧ୍ୟରେ ପୁରାଇ ଦିଅନ୍ତୁ । ପ୍ୟାନରେ ତେଲ ଗରମ କରି ଏକ ସମୟରେ ୨ରୁ ୩ଟି କଲରା ପକାନ୍ତୁ । କଲରା ହେବା ପର୍ଯ୍ୟନ୍ତ ପ୍ୟାନକୁ ୭ରୁ ୮ ମିନିଟ ପର୍ଯ୍ୟନ୍ତ ଢାଙ୍କି ଦିଅନ୍ତୁ ।ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.