
ସାମଗ୍ରୀ :
- କଲରା – ୬ଟି
- ତେଲ -୪ ଚା’ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- ହଳଦୀ -୧/୬ ଚାମଚ
- ଲାଲ ଲଙ୍କା -୧ ରୁ ୨ ଟି
- ରସୁଣ – ୫ କୋଲା
- ଗୋଟା ଧଳା ସୋରିଷ – ୨ ଚାମଚ
- ଚିନା ବାଦାମ -୩ ଚାମଚ
- ଜିରା -୧ ଚାମଚ
- ପିଆଜ -୧ ଟି
ପ୍ରଣାଳୀ-
ସୋରିଷ , ଜିରା, ରସୁଣ,ଚିନା ବାଦାମ ଓ ଲଙ୍କାକୁ ମିଶାଇ ପେଷ୍ଟ ତିଆରି କରନ୍ତୁ ।ଭଲ ଭାବରେ ପିଆଜକୁ ଛୋଟ ଛୋଟ କରି କାଟନ୍ତୁ ।କଲରାକୁ ଲମ୍ବ ଭାବରେ ଚିରି ପ୍ରେସର କୁକର ରେ ପକାନ୍ତୁ ।ଏହା ପରେ ଲୁଣ ,ହଳଦୀ ଓ ୧ କପ ପାଣି ପକାଇ ବଡ ଆଞ୍ଚରେ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ।ଏହା ପରେ କଲରାକୁ ଥଣ୍ଡା କରି ଭଲ ଭାବରେ ମଞ୍ଜି କାଢି ଦିଅନ୍ତୁ ।ପ୍ୟାନ ରେ ୧ ଚାମଚ ତେଲ ପକାଇ ଗରମ କରନ୍ତୁ ।
ଏହା ପରେ ପିଆଜ ପକାଇ ୩ରୁ ୪ ମିନିଟ ଭାଜନ୍ତୁ ।ପୂର୍ବରୁ ପ୍ରସ୍ତୁତ ଥିବା ପେଷ୍ଟ କୁ ପିଆଜରେ ପକାଇ ଆଉ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଅଳ୍ପ ପରିମାଣରେ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ପାତ୍ରକୁ କାଢି ଥଣ୍ଡା କରନ୍ତୁ ।ପ୍ରସ୍ତୁତ ହୋଇଥିବା ପେଷ୍ଟକୁ କଲରା ମଧ୍ୟରେ ପୁରାଇ ଦିଅନ୍ତୁ । ପ୍ୟାନରେ ତେଲ ଗରମ କରି ଏକ ସମୟରେ ୨ରୁ ୩ଟି କଲରା ପକାନ୍ତୁ । କଲରା ହେବା ପର୍ଯ୍ୟନ୍ତ ପ୍ୟାନକୁ ୭ରୁ ୮ ମିନିଟ ପର୍ଯ୍ୟନ୍ତ ଢାଙ୍କି ଦିଅନ୍ତୁ ।ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।