Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଫୁଲ କୋବି ମଞ୍ଚୁରିଆନ୍/Cauliflower Manchurian
    Odia Curry Recipe

    ଫୁଲ କୋବି ମଞ୍ଚୁରିଆନ୍/Cauliflower Manchurian

    Suchitra PBy Suchitra PNovember 23, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Cauliflower Manchurian
    Cauliflower Manchurian
    Share
    Facebook Twitter LinkedIn Pinterest Email
    Cauliflower Manchurian
    Cauliflower Manchurian

    ସାମଗ୍ରୀ :

      • ଫୁଲ କୋବି – ୨୫୦ ଗ୍ରାମ
      • ମୈଦା – ୫ ଟେବୁଲ ଚାମଚ
      • କର୍ଣ ଫ୍ଲୋର – ୩ ଟେବୁଲ ଚାମଚ
      • ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
      • ଗୋଲ ମରିଚ ଗୁଣ୍ଡ – ୧/୪ ଚା’ ଚାମଚ
      • ଲୁଣ – ସ୍ୱାଦ ଅନୁସାରେ
      • ତେଲ – ଭାଜିବା ପାଇଁ

    ମଞ୍ଚୁରିଆନ୍ ସସ ପାଇଁ:

    • ଚୁନା କଟା ରସୁଣ – ୧ ଟେବୁଲ ଚାମଚ
    • ଚୁନା କଟା ଅଦା – ୧/୨ ଟେବୁଲ ଚାମଚ
    • କଟା କଞ୍ଚା ଲଙ୍କା – ୧ଟି
    • କଟା କ୍ୟାପ୍ସିକମ – ୧/୨ କପ
    • କଟା ପିଆଜ – ୧/୩ କପ
    • ସୋୟା ସସ – ୧ ଟେବୁଲ ଚାମଚ
    • ରେଡ଼ ଚିଲି ସସ – ୨ ଟେବୁଲ ଚାମଚ
    • ଭିନେଗାର – ୧/୨ ଟେବୁଲ ଚାମଚ
    • ଟମାଟୋ ସସ – ୧ଟବୁଲ ଚାମଚ
    • ଚିନି – ୧ ଚା ଚାମଚ ରୁ ଟିକେ ଅଳ୍ପ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ–

    • କୋବି କୁ ମଧ୍ୟମ ସାଇଜର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏହାକୁ ଗରମ ପାଣିରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।
    • ପରେ ଏହାକୁ ଛାଣି ସଫା କପଡ଼ାରେ ରଖିଦିଅନ୍ତୁ, ଯେମିତିକି କୋବିରେ ଲାଗିଥିବା ପାଣି ଶୁଖିଯିବ ।
    • ଏବେ ଏକ ପାତ୍ରରେ ମୈଦା, କର୍ଣ ଫ୍ଲୋର, ଲୁଣ, ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ମିଶ୍ରଣ ବହଳିଆ ହେବା ଯାଏ ଏଥିରେ ପାଣି
      ଅଳ୍ପ ଅଳ୍ପ ଦେଇ ଗୋଳାନ୍ତୁ । ଏଥିରେ କୋବି ଖଣ୍ଡକୁ ପକାଇ ଗୋଳାନ୍ତୁ ।
    • ପ୍ୟାନ ବସାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ କୋବି ଖଣ୍ଡ ଗୁଡିକୁ ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜି ଛାଣି ଆଣନ୍ତୁ
    • ପ୍ୟାନରେ ୧.୫ ଟେବୁଲ ଚାମଚ ତେଲ ପକାଇ ଗରମ କରନ୍ତୁ । ଏଥିରେ କଟା ଅଦା, ରସୁଣ ଓ ଲଙ୍କା ପକାଇ ୧ ରୁ ୨ ମିନିଟ ଯାଏ ରାନ୍ଧନ୍ତୁ । ବେଶୀ ଭାଜିବେ
      ନାହିଁ ନଚେତ ମଞ୍ଚୁରିଆନ୍ ପିତା ଲାଗି ପରେ ।
    • ଏବେ ଏଥିରେ ଚୁନା କଟା ପିଆଜ ଓ କ୍ୟାପ୍ସିକମ ପକାଇ ୧ରୁ ୨ ମିନିଟ ଯାଏ ଭାଜନ୍ତୁ ।
    • ପରେ ସୋୟା ସସ ପକାଇ ହାଲକା ଭାଜନ୍ତୁ । ଏଥିରେ ରେଡ଼ ଚିଲି ସସ, ଟମାଟୋ ସସ, ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
    • ଏବେ ଏଥିରେ ୩ ଟେବୁଲ ଚାମଚ ପାଣି ଦେଇ ଭଲଭାବେ ଗୋଳାନ୍ତୁ । ଏଥିରେ ଗୋଲ ମରିଚ ଗୁଣ୍ଡ ପକାନ୍ତୁ । ସସ ବହଳିଆ ହେବା ଯାଏ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ ।
    • ପରେ ଆଞ୍ଚ ବନ୍ଦ କରି ସସ ର ସ୍ୱାଦ ଚାଖନ୍ତୁ । ଆବଶ୍ୟକ ପଡିଲେ ନିଜ ସ୍ୱାଦ ଅନୁସାରେ ଲୁଣ ଦେଇ ପାରନ୍ତି ।
    • ସସକୁ ୨ ରୁ ୩ ମିନିଟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ।
    • ପରେ ଏଥିରେ ଭଜା ହୋଇ ରଖିଥିବା କୋବି ଖଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ ।
    • ଏବେ ଏହାକୁ ପ୍ଲେଟକୁ କାଢି ଭାତ କିମ୍ବା ରୋଟୀ ସହ ପରସନ୍ତୁ ।
    Cauliflower Manchurian Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.