Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ମସଲା ଚିଜ୍ କଚୋରୀ/ Masala Cheese Kachori
    Breakfast

    ମସଲା ଚିଜ୍ କଚୋରୀ/ Masala Cheese Kachori

    Suchitra PBy Suchitra PNovember 18, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Masala Cheese Kchori
    Masala Cheese Kchori
    Share
    Facebook Twitter LinkedIn Pinterest Email
    Masala Cheese Kchori
    Masala Cheese Kchori 

    ସାମଗ୍ରୀ :

    କଚୋରୀ ପାଇଁ

    • ମଇଦା – ୨କପ୍
    • ଲୁଣ – ସ୍ବାଦାନୁସାରେ
    • ସୋଡ଼ା – ୧/୨ ଚାମଚ
    • ରାଶି – ୫ ଚାମଚ
    • ତେଲ – ଛାଣିବାକୁ

    ପୁର ପାଇଁ :

    • ପ୍ରୋସେଡ ଚିଜ୍ କୋରା – ୧ କପ୍
    • ତେଲ – ୨ ବଡ଼ ଚାମଚ
    • ପିଆଜ – ଛୋଟ କଟା ୧ଟି
    • ଅଦା – ଛୋଟ କଟା ୧ ଇଞ୍ଚ
    • ଧନିଆପତ୍ର – ୧ ଚାମଚ (ବଡ)
    • ପାନମହୁରି – ୧ ଚାମଚ
    • ଜିରାଗୁଣ୍ଡ – ୧ ଚାମଚ
    • ଲଙ୍କାଗୁଣ୍ଡ – ୧ ଚାମଚ
    • ଗରମ ମସଲା ଗୁଣ୍ଡ – ୧ ଚାମଚ
    • ଲୁଣ – ସ୍ବାଦାନୁସାରେ
    • ଧନିଆ ପତ୍ର -୧ ଚାମଚ

    ପ୍ରଣାଳୀ-

    • ପୁର ପାଇଁ ପ୍ରଥମେ ଗୋଟିଏ କରେଇରେ ତେଲ ପକାଇ ସେଥୁରେ ଅଦା ଓ ପିଆଜ ପକାଇ ୨ ମି. ଭାଜନ୍ତୁ ।
    • ଗୋଟା ଧନିଆ ଓ ପାନମଧୁରିକୁ ହାଲୁକା କୁଟି ଏଥିରେ ପକାନ୍ତୁ ।
    • ଗରମ ମସଲା, ବିଟ୍ ଲୁଣ (ସାଦା ଲୁଣ) ପକାଇ ଭଲଭାବେ ମିଶାନ୍ତୁ ।
    • ମସଲା ନରମ ହୋଇଗଲେ ଗୋଟିଏ ପ୍ଲେଟକୁ କାଢି ଦିଅନ୍ତୁ ।
    • ସେଥିରେ ଚିଜ୍ କୋରା ଓ ଧନିଆପତ୍ର ପକାଇ ଭଲକରି ମିଶାନ୍ତୁ ।
    • କଚୋରୀ ପାଇଁ ମଇଦାରେ ସୋଢ଼ା, ଲୁଣ ଓ ଉଷୁମ ତେଲ ଦେଇ ହାତରେ ଭଲ କରି ମିଶାନ୍ତୁ ।
    • ପରେ ଆବଶ୍ୟକ ପାଣି ଦେଇ ଦଳି ୧/୨ ଘଣ୍ଟା ରଖନ୍ତୁ ।
    • ଛୋଟ ଛୋଟ ଗୁଳାକୁ ଗିନା ପର କର ମଝିରେ ପୁର ପୁରାଇ ବନ୍ଦ କରି ୭ – ୧୦ ମି. ରଖନ୍ତୁ ।
    • ତା’ପରେ ହାଲକା କରି ମୋଟା ମୋଟା ବେଲି ଦିଅନ୍ତୁ ।
    • କରେଇରେ ତେଲ ଗରମ କରନ୍ତୁ, ତା’ପରେ ଆଞ୍ଚ କମାଇ ଦିଅନ୍ତୁ ।
    • କମ୍ ଆଞ୍ଚରେ କଚୋରୀ ଗୁଡ଼ିକୁ ସୁନେଲୀ ରଙ୍ଗର କରି ଭାଜି ଅତିରିକ୍ତ ତେଲକୁ କାଗଜ ଉପରେ ରଖି ଶୁଖାଇ ଚଟଣି ସହ ସର୍ଭ କରନ୍ତୁ ।
    Breakfast Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.