Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ପୋଟଳ କୁରୁମା/ Potala Kurma
    Odia Curry Recipe

    ପୋଟଳ କୁରୁମା/ Potala Kurma

    Suchitra PBy Suchitra PNovember 18, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Potala Kurma
    Potala Kurma
    Share
    Facebook Twitter LinkedIn Pinterest Email
    Potala Kurma
    Potala Kurma

    ସାମଗ୍ରୀ :

    • ପୋଟଳ – ୨୫୦ ଗ୍ରାମ
    • ବଟର – ୧ ଟେବୁଲ ଚାମଚ
    • ରିଫାଇନ ତେଲ – ୪-୫ ଚାମଚ
    • ପିଆଜ଼(ବଡ ) – ୧ କଟା
    • ଅଦା-ରସୁଣ ପେଷ୍ଟ – ୨  ଚାମଚ
    • ଟମାଟୋ (ଛୋଟ) – ୧ କଟା
    • ଜିରା ଗୁଣ୍ଡ- ୧ ଛୋଟ ଚାମଚ
    • ଧଣିଆ ଗୁଣ୍ଡ – ୧ ଛୋଟ ଚାମଚ
    • ଲଙ୍କା ଗୁଣ୍ଡ- ୧ ଛୋଟ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଛୋଟ ଚାମଚ
    • ଚିନି – ୧ ଛୋଟ ଚାମଚ
    • ଲୁଣ -ସ୍ଵାଦଅନୁସାରେ

    ମସଲା ପେଷ୍ଟ ପାଇଁ :

    • ପୋସ୍ତ- ୨ ଚା ଚାମଚ
    • କାଜୁ – ୮-୧୦ ଟା 
    • ନଡ଼ିଆ – ଛୋଟ ଖଣ୍ଡେ

    ଗରମ ମସଲା : 

    • ତେଜ ପତ୍ର – ୧ ଟା
    • କଳା ଅଳେଇଚ – ୧ ଟା
    • ସବୁଜ ଅଳେଇଚ – ୨ ଟା
    • ଡାଳଚିନ – ୧ ଇଞ୍ଚ

    ପ୍ରଣାଳୀ-

    ପ୍ରଥମେ ପୋସ୍ତ, କାଜୁ ,ନଡ଼ିଆ ସବୁକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଗରମ ମସଲା ସବୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାପରେ ପୋଟଳକୁ ଭଲକି ଧୋଇ ଚୋପା ଛେଲନ୍ତୁ ଓ ଦୁଇ ପାଖ ମୁଣ୍ଡି କାଟି ଦିଅନ୍ତୁ । ପୋଟଳ ମଝିରୁ (ଲମ୍ବା ଆଡୁ ) ଚିରି ଦିଅନ୍ତୁ (ଧ୍ୟାନ ରଖିବେ ସେମିତି ପୋଟଳ ପୁରା ଫାଳ ନହୁଏ )। କଡେଇ ରେ ତେଲ ଦେଇ ଗରମ କରନ୍ତୁ ଓ ପୋଟଳକୁ ହାଲ୍କା ସୁନେଇ ରଙ୍ଗ ହେଲା ଯାଇ ଭାଜନ୍ତୁ ।ଏବେ ପୋଟଳକୁ ବାହାର କାଟି ଗୋଟେ ଚାମଚ ବଟର ପକାନ୍ତୁ , ତାପରେ କଟା ପିଆଜ ପକାଇ ୨ ମିନିଟ ଯାଏ ଭାଜନ୍ତୁ , ଏହାପରେ ଅଦା ରସୁଣ ବଟା ପକାଇ ଦୁଇ ମିନିଟ ଯାଇ ଭଲକି ଗୋଳାନ୍ତୁ ବା କସନ୍ତୁ , ଅଦା ଗନ୍ଧ ଗଲା ପରେ କଟା ଯାଇ ଥିବା ଟମାଟୋ,ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ , ଜିରା ଗୁଣ୍ଡ , ଧଣିଆ ଗୁଣ୍ଡ ଓ ଲୁଣ ଦେଇ ଗୋଳାଇ ୪-୫ ମିନିଟ ପାଇଁ ଗ୍ୟାସ ଆଞ୍ଚ କମ କରି ବସାନ୍ତୁ । ଏହାପରେ ଉପରେ ଦିଆଯାଇଥିବା ଗରମ ମସଲା ଓ ମସଲା ପେଷ୍ଟ ମିଶାନ୍ତୁ ଆଉ ୪ -୫ ପାଇଁ ରାନ୍ଧନ୍ତୁ । ଏବେ ଭଜା ଯାଇଥିବା ପୋଟଳ କୁ ଏହି ସାମଲ ରେ ପକାଇ ଗୋଳେଇ ଦିଅନ୍ତୁ ୨-୩ ମିନିଟ ପାଇଁ ରାନ୍ଧନ୍ତୁ ।୧ କପ ପାଣି ଦେଇ ୪-୫ ପାଇଁ ଘୋଡେଇ ଦିଅନ୍ତୁ ଯେପରି ପୋଟଳ ଭଲକି ସିଝିଯିବ , ଏବେ ୧ ଚାମଚ ଚିନି ଦେଇ ୧ ମିନିଟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ପ୍ଲେଟ କୁ ବାହାର କରି ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.