
ସାମଗ୍ରୀ :
କଚୋରୀ ପାଇଁ
- ମଇଦା – ୨କପ୍
- ଲୁଣ – ସ୍ବାଦାନୁସାରେ
- ସୋଡ଼ା – ୧/୨ ଚାମଚ
- ରାଶି – ୫ ଚାମଚ
- ତେଲ – ଛାଣିବାକୁ
ପୁର ପାଇଁ :
- ପ୍ରୋସେଡ ଚିଜ୍ କୋରା – ୧ କପ୍
- ତେଲ – ୨ ବଡ଼ ଚାମଚ
- ପିଆଜ – ଛୋଟ କଟା ୧ଟି
- ଅଦା – ଛୋଟ କଟା ୧ ଇଞ୍ଚ
- ଧନିଆପତ୍ର – ୧ ଚାମଚ (ବଡ)
- ପାନମହୁରି – ୧ ଚାମଚ
- ଜିରାଗୁଣ୍ଡ – ୧ ଚାମଚ
- ଲଙ୍କାଗୁଣ୍ଡ – ୧ ଚାମଚ
- ଗରମ ମସଲା ଗୁଣ୍ଡ – ୧ ଚାମଚ
- ଲୁଣ – ସ୍ବାଦାନୁସାରେ
- ଧନିଆ ପତ୍ର -୧ ଚାମଚ
ପ୍ରଣାଳୀ-
- ପୁର ପାଇଁ ପ୍ରଥମେ ଗୋଟିଏ କରେଇରେ ତେଲ ପକାଇ ସେଥୁରେ ଅଦା ଓ ପିଆଜ ପକାଇ ୨ ମି. ଭାଜନ୍ତୁ ।
- ଗୋଟା ଧନିଆ ଓ ପାନମଧୁରିକୁ ହାଲୁକା କୁଟି ଏଥିରେ ପକାନ୍ତୁ ।
- ଗରମ ମସଲା, ବିଟ୍ ଲୁଣ (ସାଦା ଲୁଣ) ପକାଇ ଭଲଭାବେ ମିଶାନ୍ତୁ ।
- ମସଲା ନରମ ହୋଇଗଲେ ଗୋଟିଏ ପ୍ଲେଟକୁ କାଢି ଦିଅନ୍ତୁ ।
- ସେଥିରେ ଚିଜ୍ କୋରା ଓ ଧନିଆପତ୍ର ପକାଇ ଭଲକରି ମିଶାନ୍ତୁ ।
- କଚୋରୀ ପାଇଁ ମଇଦାରେ ସୋଢ଼ା, ଲୁଣ ଓ ଉଷୁମ ତେଲ ଦେଇ ହାତରେ ଭଲ କରି ମିଶାନ୍ତୁ ।
- ପରେ ଆବଶ୍ୟକ ପାଣି ଦେଇ ଦଳି ୧/୨ ଘଣ୍ଟା ରଖନ୍ତୁ ।
- ଛୋଟ ଛୋଟ ଗୁଳାକୁ ଗିନା ପର କର ମଝିରେ ପୁର ପୁରାଇ ବନ୍ଦ କରି ୭ – ୧୦ ମି. ରଖନ୍ତୁ ।
- ତା’ପରେ ହାଲକା କରି ମୋଟା ମୋଟା ବେଲି ଦିଅନ୍ତୁ ।
- କରେଇରେ ତେଲ ଗରମ କରନ୍ତୁ, ତା’ପରେ ଆଞ୍ଚ କମାଇ ଦିଅନ୍ତୁ ।
- କମ୍ ଆଞ୍ଚରେ କଚୋରୀ ଗୁଡ଼ିକୁ ସୁନେଲୀ ରଙ୍ଗର କରି ଭାଜି ଅତିରିକ୍ତ ତେଲକୁ କାଗଜ ଉପରେ ରଖି ଶୁଖାଇ ଚଟଣି ସହ ସର୍ଭ କରନ୍ତୁ ।