
ସାମଗ୍ରୀ :
ସଜନା ଛୁଇଁ – ୪ ରୁ ୫ଟି
- ଆଳୁ – ୧ଟି (ବଡ)
- ବାଇଗଣ – ୧ଟି (ବଡ)
- କଞ୍ଚା କଦଳୀ – ୧ଟି
- ବଡ଼ି – ୪ଟି
- ଶୁଖିଲା ଲଙ୍କା – ୨ଟି
- ବିଲାତି – ୧ଟି
- ପିଆଜ କଟା – ୧ଟି
- ଘିଅ – ୧/୨ ଚାମଚ
- ଲୁଣ – ସ୍ବାଦାନୁସାରେ
- ଗୋଲମରିଚ ଗୁଣ୍ଡ – ୧/୨ଚାମଚ
- ସୋରିଷ ତେଲ – ୧ ଚାମଚ
- ହଳଦୀ – ୧/୨ ଚାମଚ
- ପଞ୍ଚୁ ଫୁଟଣ – ଚିମୁଟାଏ
- ଜିରା ଗୁଣ୍ଡ – ଚିମୁଟାଏ
ପ୍ରଣାଳୀ-
ପ୍ରଥମେ ଛୁଇଁ ର ଚୋପା ଛଡାଇ ୨-୩ ଇଞ୍ଚର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ପିଆଜ ଓ ବିଲାତିକୁ ଛୋଟ ଛୋଟ ଭାବେ କାଟି ରଖନ୍ତୁ । ଆଳୁ ଓ କଦଳୀ କୁ ଚୋପା ଛଡାଇ ମାଧ୍ୟମ ଆକାର ରେ କାଟନ୍ତୁ । ସେହିପରି ବାଇଗଣ କୁ ମଧ୍ୟ ସମାନ ଭାବରେ କାଟି ରଖନ୍ତୁ ।
ପ୍ରଥମେ କରେଇରେ ୧.୫ ଗ୍ଲାସ ପାଣି ନେଇ, କଟା ଯାଇଥିବା ପରିବା, ଲୁଣ ଓ ହଳଦୀ ପକାଇ ସିଝାନ୍ତୁ । ପରିବା ସିଝିଗଲେ ଅନ୍ୟ ଏକ ପାତ୍ରକୁ କାଢି ରଖନ୍ତୁ । ଏହାପରେ କରେଇରେ ତେଲ ଗରମ କରି ପଞ୍ଚୁ ଫୁଟଣ ପକାନ୍ତୁ । ଫୁଟଣ ଫୁଟି ଆସିଲେ ଶୁଖିଲା ଲଙ୍କା, ବଡ଼ି ଓ ପିଆଜ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ସୁନେଲି ରଙ୍ଗ ହୋଇ ଆସିଲେ କଟା ବିଲାତି ପକାଇ ଭାଜନ୍ତୁ । ବିଲାତି ସିଝି ଆସିଲେ ସିଝାଇ ଥିବା ପରିବା ଓ ପାଣି ପକାଇ ରାନ୍ଧନ୍ତୁ । ତରକାରୀ ଫୁଟି ଆସିଲେ ଘିଅ ଓ ଜିରା ଗୁଣ୍ଡ ପକାଇ ଆଞ୍ଚରୁ ଓହ୍ଲାଇ ଗରମା ଗରମ ପରସନ୍ତୁ ।