
ସାମଗ୍ରୀ :
- ପନିର – ୮ ପିସ (cube)
- ଫୁଲ କୋବି – ୨ ଟି ମଝି ସାଇଜ୍
- କଟା ପିଆଜ – ୧ ଟି (ବଡ଼)
- କଟା ବିଲାତି – ୨ ଟି ମଝି ସାଇଜ୍
- ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
- କରି ପାଉଡର – ୧ ଟେବୁଲ ଚାମଚ
- ଗରମ ମସଲା – ୧/୨ ଚା’ ଚାମଚ
- କସୁରି ମେଥି – ୨ ଟେବୁଲ ଚାମଚ
- ସୋୟା ସସ – ୧ ଚା’ ଚାମଚ
- ଟମାଟୋ ସସ – ୧ ଟେବୁଲ ଚାମଚ
- ଜିରା – ୧ ଚା’ ଚାମଚ
- ଘିଅ – ୧ ଟେବୁଲ ଚାମଚ
- ତେଲ – ୧ ଟେବୁଲ ଚାମଚ
- ହଳଦୀ – ୧/୪ ଚା’-ଚାମଚ
- କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- କଟା ଧନିଆ ପତ୍ର – ୨ ଟେବୁଲ ଚାମଚ (ସଜାଇବା ପାଇଁ)
ପ୍ରଣାଳୀ-
- ପ୍ରଥମେ କୋବି କୁ ମଧ୍ୟମ ସାଇଜ୍ ରେ କାଟି ଭଲ ଭାବରେ ଧୋଇ ଅଲଗା କରି ରଖନ୍ତୁ । ଏକ ପାତ୍ରରେ ୩ କପ୍ ପାଣି ନେଇ ଗରମ କରନ୍ତୁ । ଏଥିରେ କଟା ହୋଇଥିବା କୋବି ଖଣ୍ଡକୁ ୧୫ ରୁ ୨୦ ମିନିଟ୍ ପକାଇ ଓ ଏହାପରେ ଅଲଗା କରି କାଢି ରଖନ୍ତୁ ।
- ପନିର କୁ ଗରମ ପାଣିରେ ରଖନ୍ତୁ ଯେତେ ପର୍ଯ୍ୟନ୍ତ ତରକାରୀରେ ବ୍ୟବହାର ନ ହୋଇଛି ।
- ପ୍ୟାନରେ ତେଲ ଓ ଘିଅ ଗରମ କରି ସେଥିରେ ଜିରା ପକାନ୍ତୁ ।
- ଜିରା ଫୁଟି ଆସିଲେ କଟା ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।
- ପରେ ଏଥିରେ ଅଦା-ରସୁଣ ପେଷ୍ଟ ପକାଇ କଶନ୍ତୁ ।
- ଅଦା-ରସୁଣର କଞ୍ଚା ବାସ୍ନା ଚାଲିଗଲେ କଟା ବିଲାତି ପକାନ୍ତୁ । ବିଲାତି ନରମ ହେଲା ଯାଏ ଭାଜନ୍ତୁ ।
- ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କରି ପାଉଡର, ଗରମ ମସଲା, ଲୁଣ ଓ ସୋୟା ସସ ପକାଇ ୧ ମିନିଟ କଶନ୍ତୁ ।
- ଏହାପରେ ଟମାଟୋ ସସ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ କୋବି ଖଣ୍ଡ ପକାଇ ୧ କପ ପାଣି ଦେଇ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ।
- ଝୋଳ ଫୁଟିବା ଆରମ୍ଭ ହେଲେ କସୁରି ମେଥି ଓ ପନିର ଖଣ୍ଡ କୁ ପକାଇ ଭଲ ଭାବେ ମିଶାନ୍ତୁ । ଏହାକୁ ୪ ର ୫ ମିନିଟ ପାଇଁ ଧିମା ଆଞ୍ଚରେ ରାନ୍ଧନ୍ତୁ ।
- ପରେ ଆଞ୍ଚ ବନ୍ଦ କରି ଧନିଆ ପତ୍ରରେ ସଜାଇ ଦିଅନ୍ତୁ ।
- ଏହାକୁ ରୋଟୀ କିମ୍ବା ବିରିୟାନୀ ସହ ଖାଇ ପାରିବେ ।