Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»କଦଳୀ ଭଣ୍ଡା ତରକାରୀ
    Odia Curry Recipe

    କଦଳୀ ଭଣ୍ଡା ତରକାରୀ

    Suchitra PBy Suchitra PNovember 12, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Kadali Bhanda Recipe
    Kadali Bhanda Recipe
    Share
    Facebook Twitter LinkedIn Pinterest Email
    Kadali Bhanda Recipe
    Kadali Bhanda Recipe

    ସାମଗ୍ରୀ :

    • କଦଳୀ ଭଣ୍ଡା – ୧ଟି
    • ଅଦା ଓ ରସୁଣ ପେଷ୍ଟ – ୫୦ ଗ୍ରାମ
    • ବିଲାତି – ୨ଟି (ବଡ଼)
    • ପିଆଜ – ୧ଟି ବଡ଼
    • ଚିନି – ୧ ଚା’ ଚାମଚ
    • ତେଜ ପତ୍ର – ୨ଟି
    • ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧ ଚା’ ଚାମଚ
    • ଆଳୁ – ୧ଟି ବଡ଼
    • ତେଲ – ୨ ଟେବୁଲ ଚାମଚ
    • ଗରମ ମସଲା – ୧ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ କଦଳୀ ଭଣ୍ଡାକୁ ଛଡାଇ ଓ ଭଲ ଭାବେ ଧୋଇ ଛୋଟ ଛୋଟ(୨-୩ ସେ.ମି.) କରି କାଟି ରଖନ୍ତୁ ।
    • ଏବେ ଏହାକୁ ହଳଦୀ ପାଣିରେ ଭିଯାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ରଖନ୍ତୁ ।
    • ଆଳୁକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏହାକୁ ସିଝାଇ ଅଲଗା କାଢି ରଖନ୍ତୁ ।
    • ପ୍ୟାନରେ ୨ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ ।
    • ଏବେ ଏଥିରେ ୧ ଚା’ ଚାମଚ ଚିନି, ୧ ଚା’ ଚାମଚ ହଳଦୀ ଗୁଣ୍ଡ ଓ ତେଜ ପତ୍ର ପକାନ୍ତୁ ।
    • ଯେତେବେଳେ ଚିନି ଭଲଭାବରେ ଚିନି ମିଳେଇ ହୋଇ ଯିବ ସେତେବେଳେ ଅଦା ଓ ରସୁଣ ପେଷ୍ଟ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
    • ଏବେ କଟା ପିଆଜ ଓ ବିଲାତି ପକାଇ ୫ ମିନିଟ ଯାଏ କଶନ୍ତୁ ।
    • ପରେ କଟା ହୋଇ ରହିଥିବା କଦଳୀ ଭଣ୍ଡା ଓ ଆଳୁକୁ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ ।
    • ଏବେ ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ୫ ମିନିଟ ଯାଏ କଶନ୍ତୁ ।
    • ପରେ ୨୫୦ ମି.ଲି. ପାଣି ଦେଇ ଢାଙ୍କି ଦିଅନ୍ତୁ । ଏହାକୁ ୧୦ ମିନିଟ ଯାଏ ରାନ୍ଧନ୍ତୁ ।
    • ଏବେ ଏହାକୁ ଗରମ ଗରମ ପରସନ୍ତୁ ।
    Banana Flower Odia Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.