ସାମଗ୍ରୀ :
- ଇଲିଶି ମାଛ – ୨ ପିସ
- ବସା ଦହି – ୨ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- ହଳଦୀ ଗୁଣ୍ଡ – ୧ ଚା’ ଚାମଚ
- ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ
- ଚିନି – ୧ ଛୋଟ ଚାମଚ
- ପାଣି – ୧.୫ କପ
- ସୋରିଷ – ୩ ଛୋଟ ଚାମଚ
- କଞ୍ଚା ଲଙ୍କା – ୨ ଟି
- ସୋରିଷ ତେଲ – ୧ ଟେବୁଲ ଚାମଚ
- ଧଣିଆ ପତ୍ର – କିଛି (କଟା)
ପ୍ରଣାଳୀ-
- ପ୍ରଥମେ ୨ ଛୋଟ ଚାମଚ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ ବନେଇ ଦିଅନ୍ତୁ ।
- ଇଲିଶି ମାଛ ଖଣ୍ଡକୁ ଭଲକି ଧୋଇ ରଖନ୍ତୁ ।
- ଅନ୍ୟ ଏକ ପାତ୍ରରେ ବସା ଦହି ୨ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚିନି ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନେଇ ସେଥିରେ ୧.୫ କପ ପାଣି ଦେଇ ଭଲକି ଗୋଳାଇ ଦିଅନ୍ତୁ ।
- ଏବେ ଧୁଆ ହୋଇ ଥିବା ଇଲିଶି ମାଛ କୁ ସେଥିରେ ମିଶାଇ ୪-୫ ମିନିଟ ରଖି ଦିଅନ୍ତୁ ।
- ଗ୍ୟାସ ଅନ କରି ପ୍ୟାନ ବସାନ୍ତୁ । ପ୍ୟାନ ଟିକେ ଗରମ ହୋଇଗଲେ ୨ ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହୋଇଆସିଲେ ଗ୍ୟାସ ଆଞ୍ଚ କମ କରି ବଳକା ଥିବା ସୋରିଷ ପକାଇ ଫୁଟାନ୍ତୁ ।
- ଏବେ ମାଛ ଖଣ୍ଡ କୁ ଧୀରେ କରି ପ୍ୟାନ ରେ ରଖନ୍ତୁ ଓ ପାତ୍ର ରେ ରହି ଯାଇଥିବା ମସଲା ପାଣି କୁ ମାଛ ଉପରେ ଢାଳି ଦିଅନ୍ତୁ । ସେଇ ଧୀମା ଆଞ୍ଚ ରେ ମାଛ ସିଝିବା ଯାଏ ରଖନ୍ତୁ (୧୦ -୧୨ ମିନିଟ )।
- ମାଛ ହୋଇଗଲେ ପ୍ଲେଟ କୁ ବାହାର କରି ଧଣିଆ ପତ୍ର ରେ ସଜାଇ ପରସନ୍ତୁ । ଛାଡଖାଇ ରେ ଏକ ନିଆରା ସ୍ୱାଦର ଇଲିଶି ମାଛ ତରକାରୀ ମଜା ନିଅନ୍ତୁ ।