Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ମଟର ପନୀର୍/Matar Paneer
    Odia Curry Recipe

    ମଟର ପନୀର୍/Matar Paneer

    Suchitra PBy Suchitra PNovember 5, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Matar-Paneer
    Matar-Paneer
    Share
    Facebook Twitter LinkedIn Pinterest Email
    Matar-Paneer
    Matar-Paneer

    ସାମଗ୍ରୀ :

    • ପନୀର୍‌- ୬୦୦ ଗ୍ରାମ୍‌
    • ମଟର ( ମଞ୍ଜି)- ୨୦୦ ଗ୍ରାମ୍‌
    • ପିଆଜ- ୨ଟି
    • ବିଲାତି -୪ଟି (ପ୍ୟୁରୀ)
    • ଘିଅ ବା ତେଲ- ୧୦୦ ଗ୍ରାମ୍‌
    • ବଡ଼ ଅଳେଇଚ-୧ଟି
    • ଛୋଟ ଅଳେଇଚ- ୫ଟି
    • ଲବଙ୍ଗ- ୫ଟି
    • ଡାଲ୍‌ଚିନି-୧ ଇଞ୍ଚ
    • ତେଜପତ୍ର ୧ଟି
    • ଜାଇତ୍ରୀ ଗୁଣ୍ଡ-୧/୪ ଚାମଚ
    • କଟା ଅଦା-୧ ଚାମଚ
    • ଲଙ୍କାଗୁଣ୍ଡ–୧ ଚାମଚ
    • କଞ୍ଚାଲଙ୍କା- ୨ଟି (କଟା)
    • ହଳଦି-୧/୨ଚାମଚ
    • ଅଦାବଟା-୧ ଟେ. ଚାମଚ
    • ରସୁଣ ବଟା–୧ ଟେ. ଚାମଚ
    • ଗରମ ମସଲା -୨ ଚାମଚ
    • ଲୁଣ-ସ୍ଵାଦାନୁସାରେ
    • ଧନିଆ ପତ୍ର -୧ ଚାମଚ

    ପ୍ରଣାଳୀ :

    ପନୀର୍‌କୁ ୧ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଫ୍ରେସ୍‌ ଗ୍ରୀନ୍‌ ମଟର ଛଡ଼ାଇ ରଖନ୍ତୁ । ବିଲାତି ଓ ପିଆଜକୁ ଛୋଟ ଛୋଟ କାଟି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥୁରେ ଗୋଟା ଗରମ ମସଲା ପକାଇ ଫୁଟାନ୍ତୁ । ଏଥର କଟା ପିଆଜ, ଅଦା, ଲଙ୍କା ପକାଇ ପିଆଜ ଲାଲ୍‌ ହେବାଯାଏଁ ଭାଜନ୍ତୁ । ପରେ ହଳଦି ଓ ଲଙ୍କାଗୁଣ୍ଡ ପକାଇ ଆଉ ୧ ମିନିଟ୍‌ ଭାଜି, ଅଦା-ରସୁଣ ପକାଇ ଅଳ୍ପ ପାଣି ଦେଇ ଗୋଳାଇ ୩-୪ ମିନିଟ୍‌ ଫୁଟାନ୍ତୁ । ତା’ପରେ ଟମାଟୋ ପ୍ୟୁରୀ ଓ ଲୁଣ ପକାଇ ତେଲ ଛାଡ଼ିବାଯାଏଁ କଷନ୍ତୁ । ହୋଇଗଲେ ଆଉ ୪୦୦ ମିଲି ପାଣି ଦେଇ ଫୁଟାନ୍ତୁ ଓ ମଟର ଏବଂ ପନୀର୍‌ ପକାନ୍ତୁ । ଝୋଳ ବହଳିଆ ହୋଇଗଲେ ଡାଲ୍‌ଚିନି ଖଣ୍ଡ କାଢ଼ି ଦିଅନ୍ତୁ । ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ସର୍ଭିଙ୍ଗ୍‌ ଡିସ୍‌କୁ କାଢ଼ି ଖାଇବାକୁ ଦିଅନ୍ତୁ ।

    Odia Recipe Paneer Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.