
ସାମଗ୍ରୀ :
- ଅଟା-୧/୨କପ୍
- ବେକିଙ୍ଗ ପାଉଡ଼ର-୧/୪ ଚାମଚ
- ଗୋଲମରିଚ ପାଉଡ଼ର-୩ ବଡ଼ ଚାମଚ
- ଗୋଲମରିଚ ଗୁଣ୍ଢ-୧/୪ ଚାମଚ
- ଲୁଣ-ସ୍ଵାଦାନୁସାରେ
- ରିଫାଇନ୍–୧ ଚାମଚ
- ସିଝା ଆଳୁ କ୍ୟୁବ୍ ସାଇଜର କଟା-୧କପ୍
- କଟାପିଆଜ -୧/୨କପ୍
- ଗଜାମୁଗ- ୨ବଡ଼ ଚାମଚ
- ଡାଳିମ୍ବ ମଞ୍ଜି-୨ ବଡ଼ ଚାମଚ
- ଦହି- ୧/୨କପ୍
- ଚାଟ୍ ମସଲା- ୩ ଚାମଚ
- ଧନିଆ ଚଟଣି-୧ ଚାମଚ
- ଲଙ୍କାଗୁଣ୍ଡ ଓ ଲୁଣ-ସ୍ଵାଦାନୁସାରେ
ପ୍ରଣାଳୀ :
ଅଟାରେ ବେକିଙ୍ଗ ପାଉଡ଼ର, ଦହି ଓ ଗୋଲମରିଚ ଗୁଣ୍ଡ ଓ ଲୁଣ ଦେଇ କଡ଼ା କରି ଦଳନ୍ତୁ ୧୦ଟି ଗୁଳା କରି ବେଲନ୍ତୁ । ପତଳା କରି ବେଲି ମଝିରୁ ଫୋଡ଼ି ଫୋଡ଼ି ଦିଅନ୍ତୁ । ଦୁଇ ପଟରେ ରିଫାଇନ୍ ଲଗାଇ ୨୦୦°ରେ ଓଭାନ୍ ରେ ୮-୧୦ ମିନିଟ୍ ସେକନ୍ତୁ । ଗୋଟିଏ ପ୍ଲେଟ୍ରେ ସଜାଇ ରଖି ତା” ଉପରେ ଉପରୋକ୍ତ ସାମଗ୍ରୀ ସଜାଇ ରଖି ପରଶନ୍ତୁ ।