ସାମଗ୍ରୀ :
- ବୁଟ ଡାଲି- ୧ କପ୍
- ଚୋପାଛଡ଼ା ଗୋଟା ବିରି-୧/୨କପ୍
- ତଡ଼କା ମୁଗ (ଗୋଟା)- ୧/୨କପ୍
- ବଡ଼ ପିଆଜ-୨ଟି (କଟା)
- ଛେଚା ଅଦା-ରସୁଣ-୧ ଟେ. ଚାମଚ
- ଛୋଟକଟା କଞ୍ଚାଲଙ୍କା -୪ଟି
- ଗୋଲମରିଚ ଓ ଡାଲ୍ଚିନି ଗୁଣ୍ଡ- ୧/୨ଚାମଚ
- ଅଣ୍ଡା -୨ଟି
- ହଳଦି-୧/୨ଚାମଚ
- ଲୁଣ-ସ୍ୱାଦାନୁସାରେ
- କସ୍ତୁରୀ ମେଥି-ଅଳ୍ପ
- ରାଇ ସୋରିଷ-୧ ଚାମଚ
- ଚିନି-୧/୨ ଚାମଚ
- ବଟର୍-୧ ଚାମଚ
- ଟମାଟୋ କଟା-୧/୨ କପ୍
ପ୍ରଣାଳୀ :
ଡାଲିସବୁକୁ ୩ ଘଣ୍ଟା ପାଣିରେ ବତୁରାଇ କୁକର୍ରେ ହଳଦି, ଲୁଣ, ପାଣି ଦେଇ ୨ଟି ସିଟି ମାରି ସିଝାଇ ରଖନ୍ତୁ । କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଟାଲଙ୍କା, ଛେଚା ଅଦା-ରସୁଣ ପକାଇ ବାସ୍ନା ବାହାରିବାଯାଏଁ ( ୨-୩ ମିନିଟ) ଭାଜନ୍ତୁ । ଏଥର ପିଆଜ ପକାଇ ଲୁଣ ଦେଇ ଆଉ ୫ ମିନିଟ୍ ଭାଜନ୍ତୁ । ପିଆଜ ନରମ ହୋଇଗଲେ କଟା ଟମାଟୋ ପକାଇ ୨-୩ ମିନିଟ୍ ଭାଜନ୍ତୁ । ଏଥର ଅଣ୍ଡା ଫଟାଇ ଏଥିରେ ପକାଇ ଘାଣ୍ଟନ୍ତୁ । ଅଣ୍ଡା ହୋଇଗଲେ ଡାଲିସିଝା, କସ୍ତୁରୀ ମେଥି,ଡାଲ୍ଚିନି ଓ ଗୋଲମରିଚ ଗୁଣ୍ଡ ପକାଇ ୫ ମିନିଟ୍ ଫୁଟାନ୍ତୁ । ପ୍ଲେଟ୍କୁ କାଢ଼ି ଉପରେ ବଟର୍ ପକାନ୍ତୁ । ଗରମଗରମ ରୁଟି ବା ନାନ୍ ସହ ପରଶନ୍ତୁ ।