
ଉପକରଣ :
- ଗାଜର -୬୦୦ ଗ୍ରାମ୍
- କ୍ଷୀର -୭୫୦ ମିଲି
- ଚିନି–୧୫୦ ଗ୍ରାମ୍
- ଘିଅ ୭୫ ଗ୍ରାମ୍
- ଅଳେଇଚ ଗୁଣ୍ଡ– ୨ ଚିମୁଟା
- ପିସ୍ତା – ୨ ଚାମଚ
- କାଜୁ- ୨ ଚାମଚ
- କିସ୍ମିସ୍- ୧ ଟେବୁଲ୍-ଚାମଚ
- ସିଲ୍ଭର୍ ବର୍କ- ସଜାଇବା ପାଇଁ
ପ୍ରଣାଳୀ :
ଗାଜରକୁ କୋରି କ୍ଷୀର ସହ ପ୍ୟାନ୍ରେ ଦେଇ ଆଞ୍ଚରେ ବସାନ୍ତୁ । ସବୁ କ୍ଷୀର ମରିଗଲେ ଅଳ୍ପ ଅଳ୍ପ କରି ସବୁ ଘିଅ ପକାଇ ଭଲଭାବେ ମିଶି ଲାଲ୍ ହେବା ଯାଏଁ ଭାଜନ୍ତୁ । ଶେଷରେ କାଜୁ, କିସ୍ମିସ୍ ଓ ବାଦାମ ପକାଇ ଆଉ ୧୦ ମିନିଟ୍ ଗୋଳାଇ ଭାଜି ପ୍ଲେଟ୍କୁ କାଢ଼ନ୍ତୁ । ଉପରୁ ଗୁଜୁରାତି ଅଳେଇଚ ଗୁଣ୍ଡ ଓ ବଳକା କାଜୁ କିସ୍ମିସ୍ ପକାଇ, ସିଲ୍ଭର୍ ବର୍କ ଲଗାଇ ସର୍ଭ କରନ୍ତୁ ।