Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Soyabean Manchurian/ସୋୟାବିନ୍ ମନଚୁରିଆନ୍
    Odia Recipe

    Soyabean Manchurian/ସୋୟାବିନ୍ ମନଚୁରିଆନ୍

    Suchitra PBy Suchitra POctober 31, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Soyabean-Manchurian
    Soyabean-Manchurian
    Share
    Facebook Twitter LinkedIn Pinterest Email
    Soyabean-Manchurian
    Soyabean-Manchurian
    • ସାମଗ୍ରୀ :
    • ସୋୟାବିନ୍‌ ବଡ଼ି- _ ୨ ୦- ୨ ୫ଟି
    • କର୍ଣ୍ଣଫ୍ଲୋର- ୨ ଟେବୁଲ୍‌-ଚାମଚ
    • ହଳଦିଗୁଣ୍ଡ–୧ ଚାମଚ
    • ଲୁଣ -ସ୍ୱାଦାନୁସାରେ
    • ଗୋଲମରିଚ ଗୁଣ୍ଡ -୧/ ଚାମଚ
    • ସୋରିଷ ତେଲ— ୧ ଟେବୁଲ୍‌-ଚାମଚ
    • କଟା ପିଆଜ (ସରୁ ଲମ୍ବା)- ୨ଟି ବଡ଼
    • କଟା କ୍ୟାପ୍‌ସିକମ୍‌ (ଲମ୍ବା) _୧ଟି ବଡ଼
    • ଲମ୍ବାକଟା ଟମାଟୋ–୧ଟି ବଡ଼
    • କଞ୍ଚାଲଙ୍କା କଟା- ୨ ଚା’-ଚାମଚ
    • ରସୁଣ କଟା–୨ ଚାଂ-ଚାମଚ
    • ସରୁ-ଲମ୍ବା-କଟା ଅଦା– ୨ ଚା’-ଚାମଚ
    • ରିଫାଇନ୍‌ ତେଲ— ୧ ଟେବୁଲ୍‌-ଚାମଚ
    • ଲୁଣ-ପରିବା ପାଇଁ
    • ଧନିଆ ଗୁଣ୍ଡ–୧ ଚାମଚ
    • କର୍ଣ୍ଣଫ୍ଲୋର- ୧ ଚାମଚ
    • ପାଣି– ୧/୨ କପ୍
    • ଗୋଲମରିଚ ଗୁଣ୍ଡ- ୧/୨ ଚାମଚ
    • ଟମାଟୋ ସସ୍‌— ୧ ଟେବୁଲ୍‌-ଚାମଚ
    • ସୋୟା ସସ୍‌-୧/୨ଟେବୁଲ୍‌-ଚାମଚ
    • ଚିଲି ସସ୍‌ -୧/୨ଟେବୁଲ୍‌-ଚାମଚ
    • ପାଣି-୧/୨ କପ୍

    ପ୍ରଣାଳୀ :

    ସୋୟାବିନ୍‌କୁ ଉଷୁମ ପାଣିରେ ୧୫-୨୦ ମିନିଟ୍‌ ବତୁରାଇ ଚିପୁଡ଼ି କାଢ଼ନ୍ତୁ । ଗୋଟିଏ ପାତ୍ରରେ ସୋୟାବିନ୍‌ ସହ କର୍ଣ୍ଣଫ୍ଲୋର, ହଳଦି, ଲୁଣ, ଗୋଲମରିଚ ଗୁଣ୍ଡ ଓ ସୋରିଷ ତେଲ ପକାଇ ହାତରେ ଭଲକରି ମିଶାନ୍ତୁ । ନନ୍‌ଷ୍ଟିକ୍‌ ପ୍ୟାନ୍ ରେ ରିଫାଇନ୍‌ ତେଲ ଗରମ କରି ଏହାକୁ ଲାଲ୍‌ କରି ଭାଜି କାଢ଼ନ୍ତୁ । ଏଥର ଆଉଟିକେ ତେଲ ଗରମ କରି ରସୁଣ, ଲଙ୍କା ପକାଇ ୨ ମିନିଟ୍‌ ଭାଜିବା ପରେ କଟା କ୍ୟାପ୍‌ସିକମ୍‌ ଓ ପିଆଜ ପକାନ୍ତୁ । ଅଳ୍ପ ଲୁଣ ଦେଇ ନରମ ହେବାଯାଏଁ ଭାଜନ୍ତୁ । ତା’ପରେ କଟା ଟମାଟୋ ପକାନ୍ତୁ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଘୋଡ଼ାଇଦିଅନ୍ତୁ । ସିଝିଗଲେ ସୋୟାବିନ୍‌ ପକାଇ ଟମାଟୋ ସସ୍‌, ସୋୟା ସସ୍‌, ଚିଲି ସସ୍‌ ପକାଇ. ଭଲକରି ଗୋଳାନ୍ତୁ । ଆଞ୍ଚ କମ୍‌ରେ ରଖନ୍ତୁ । କର୍ଣ୍ଣଫ୍ଲେର୍‌କୁ ପାଣିରେ ମିଶାଇ ଏଥିରେ ପକାଇ ତୁରନ୍ତ ଗୋଳାନ୍ତୁ । ପରେ ୧/୨ କପ୍‌ ପାଣି ଆଉ ଦେଇ ଘୋଡ଼ାଇଦିଅନ୍ତୁ । ୨-୩ ମିନିଟ୍‌ ପରେ ଗରମାଗରମ ରୁଟି ସହ ପରଶନ୍ତୁ ।

    Odia Recipe Soyabean Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.