
ଉପକରଣ :
ଆଳୁ- ୫୦୦ ଗ୍ରାମ୍
ଦହି- ୧୫୦ ଗ୍ରାମ୍
ପିଆଜ–୧ଟି
ଲଙ୍କା– ୬ଟି
ଅଦା–୧ ଇଞ୍ଚ
ଶୁଖିଲା ଲଙ୍କା ୨ଟି
ଗୋଲମରିଚ-୧ ଚାମଚ
ଘିଅ–୩ ଚାମଚ
ଜିରା -୧ ଚାମଚ
ଭୁର୍ସୁଙ୍ଗ ପତ୍ର- ୬ଟି
ରସୁଣ ବଟା-୧ ଚାମଚ
ହଳଦି-୧/୨ଚାମଚ
ଲୁଣ ଓ ଧନିଆ ପତ୍ର
ପ୍ରଣାଳୀ :
ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାଇ ୪ ପିସ୍ରେ କାଟି ରଖନ୍ତୁ । ଦହି ଫେଣ୍ଟି ରଖନ୍ତୁ । ଅଦା, ଲଙ୍କା ଓ ପିଆଜକୁ କାଟି ରଖନ୍ତୁ । ଶୁଖିଲା ଲଙ୍କା ଓ ଗୋଲମରିଚକୁ ଗୁଣ୍ଡ କରନ୍ତୁ । କରେଇରେ ଘିଅ ଗରମ କରନ୍ତୁ ଓ ଜିରା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ପରେ ପିଆଜ, ଅଦା ଓ କଟା ଟଙ୍କା ପକାଇ ପିଆଜ ଗରମ ହେବାଯାଏଁ ଭାଜନ୍ତୁ । ଏଥର ରସୁଣ ବଟା ଓ ହଳଦି ପକାଇ ୫-୬ ମିନିଟ୍ ଭାଜନ୍ତୁ । ଆଳୁ ଓ ଦହି ପକାଇ ଫୁଟିବାକୁ ଛାଡ଼ନ୍ତୁ । ଗ୍ୟାସ୍ କମାଇ ଆଉ ୨ ମିନିଟ୍ ରାନ୍ଧନ୍ତୁ । ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ସର୍ଭ କରନ୍ତୁ ଧନିଆପତ୍ରରେ ସଜାଇ ।