
ସାମଗ୍ରୀ :
ପାଚିଲା କଖାରୁ -୨ ୫୦ ଗ୍ରାମ୍
ନଡ଼ିଆ କୋରା- ୧/୨ କପ୍
କଖାରୁ ବଡ଼ି- ୧୦ଟି
ସୋରିଷ ତେଲ-୧ ଟେବୁଲ୍ ଚାମଚ
ପଞ୍ଚ ଫୁଟଣ–୧ ଚାମଚ
ହଳଦି ଗୁଣ୍ଡ–୧ ଚାମଚ
ଜିରା ଗୁଣ୍ଡ– ୧ ଚାମଚ `
ଲଙ୍କାଗୁଣ୍ଡ– ୧ ଚାମଚ
ଚିନି- ୧ ଟେବୁଲ୍-ଚାମଚ
ତେନ୍ତୁଳି ମଣ୍ଡ- ୧ ଟେବୁଲ୍ ଚାମଚ .
ଭୁର୍ସୁଙ୍ଗ ପତ୍ର -୧୨-୧୫ଟି
ପ୍ରଣାଳୀ :
କଖାରୁକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । କରେଇରେ ତେଲ ପକାଇ ବଡ଼ି ଭାଜି ରଖନ୍ତୁ । ପୁଣି ୧ ଚାମଚ ତେଲ କରେଇରେ ଦେଇ ଶୁଖିଲା ଲଙ୍କା, ଫୁଟଣ ଓ ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ଫୁଟିଗଲେ କଖାରୁ ପକାଇ ୨-୩ ମିନିଟ୍ ଭାଜନ୍ତୁ । ତା ପରେ ହଳଦି, ଜିରା, ଲଙ୍କାଗୁଣ୍ଡ ଚିନି ପକାଇ ଘୋଡ଼ାଇଦିଅନ୍ତୁ । ୫ ମିନିଟ୍ ପରେ କଖାରୁ ନରମ ହୋଇଗଲେ ବଢଡ଼ିକୁ ଗୁଣ୍ଡ କରି ପକାନ୍ତୁ ଓ ତେନ୍ତୁଳି ମଣ୍ଡ ପକାଇ ବଳକା ପାଣି ମାରି ମେଞ୍ଚ-ମେଞ୍ଚ କରିଦିଅନ୍ତୁ । ନଡ଼ିଆ କୋରା ପକାଇ ଗୋଳାଇ ପ୍ଲେଟ୍କୁ କାଢ଼ି ଖାଇବାକୁ ଦିଅନ୍ତୁ ।