Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»Chana masala/ଛୋଲେ
    Odia Curry Recipe

    Chana masala/ଛୋଲେ

    Suchitra PBy Suchitra POctober 30, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    chana-masala
    chana-masala
    Share
    Facebook Twitter LinkedIn Pinterest Email
    chana-masala
    chana-masala

    ସାମଗ୍ରୀ :

    • କାବୁଲି ଚନା–୧ କପ୍‌
    • ଟି ବ୍ୟାଗ୍‌ ୧ଟି
    • ଲୁଣ–୧ ଚାମଚ
    • ହଳଦି-୧/୨ ଚାମଚ
    • ଲଙ୍କାଗୁଣ୍ଡ–୧ ଚାମଚ
    • ଧନିଆ ଗୁଣ୍ଡ–୧ ଚାମଚ
    • ଗରମ ମସଲା ଗୁଣ୍ଡ- ୧/୨ ଚାମଚ
    • ଛୋଲେ ମସଲା- ୧ ଚାମଚ
    • କଟା ପିଆଜ- ୧ଟି (ବଡ଼)
    • ଟମାଟୋ ପ୍ୟୁରୀ- ୨ ଟିର
    • ରିଫାଇନ୍‌ ତେଲ- ୧ ଟେବୁଲ୍‌-ଚାମଚ
    • ଅଦା ବଟା–୧ ଚାମଚ
    • ରସୁଣ ବଟା–୧ ଚା’ ଚାମଚ
    • ଚିନି-୧/୨ ଚାମଚ
    • କସ୍ତୁରୀ ମେଥୁ- ୧ ଟେବୁଲ୍‌-ଚାମଚ
    • ତେଜପତ୍ର – ୨ଟି

    ପ୍ରଣାଳୀ :

    କାବୁଲି ଚଣାକୁ ୬ରୁ ୮ ଘଣ୍ଟା ବତୁରାଇ ରଖନ୍ତୁ । ପ୍ରେସର୍‌କୁକର୍‌ରେ ଚଣା, ୨ କପ୍‌ ପାଣି, ଲୁଣ, ଟି ବ୍ୟାଗ୍‌, ତେଜପତ୍ର ୨ ଟି ଦେଇ ମଧ୍ୟମ ଆଞ୍ଚରେ ୨ଟି ହ୍ୱିସିଲ୍‌ ମାରି କାଢ଼ି ରଖନ୍ତୁ । ଟି ବ୍ୟାଗ୍‌ଟିକୁ କାଢ଼ି ପକାଇଦିଅନ୍ତୁ । ଚଣାକୁ ଏହି ପାଣିରୁ କାଢ଼ି ରଖନ୍ତୁ । ପ୍ୟାନ୍‌ରେ ତେଲ ଗରମ କରି ଜିରା ଟିକେ ଫୁଟାନ୍ତୁ । ଅଦା-ରସୁଣ ବଟା ପକାଇ ଗନ୍ଧ ଯିବା ଯାଏଁ କଷନ୍ତୁ । ତା’ପରେ କଟା ପିଆଜ ପକାଇ ଆବଶ୍ୟକ ଲୁଣ ଦେଇ ମସଲା କଷନ୍ତୁ | ପିଆଜ ନରମ ହୋଇ ମିଶିଗଲେ ଟମାଟୋ ପ୍ୟୁରୀ, ଚିନି, ହଳଦି, ଲଙ୍କାଗୁଣ୍ତ ପକାଇ ଟମାଟୋ ମସଲାରେ କଷି ହୋଇ ତେଲ ଛାଡ଼ିବାଯାଏଁ କଷନ୍ତୁ । ଏଥର ଛୋଲେ ପକାନ୍ତୁ । କସ୍ତୁରୀ ମେଥି, ଛୋଲେ ମସଲା ଦେଇ ଆବଶ୍ୟକ ପାଣି ( ୧ କପ୍‌) ଦିଅନ୍ତୁ । ଘୋଡ଼ାଇ ୬ରୁ ୭ ମିନିଟ୍‌ ରାନ୍ଧନ୍ତୁ । ଢାଙ୍କୁଣୀ ଖୋଲି ଗରମ ମସଲା ଗୁଣ୍ଡ ଛିଞ୍ଚନ୍ତୁ । ଝୋଳ ମରି ଲସଲସିଆ ହେଲେ ସର୍ଭିଙ୍ଗ ପ୍ଲେଟ୍‌କୁ କାଢ଼ି ଉପରେ କଟା ଧନିଆପତ୍ର ପକାଇ “ବଟୁରେ’, ‘ ପୁରୀ’, “ ପରଟା’ ସହ ସର୍ଭ କରନ୍ତୁ |

    Chana Masala Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.